FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ବାରବାଡୋସ୍‌କୁ ମିଳିଲା ସ୍ୱାଧୀନତା, ୪୦୦ବର୍ଷ ପରେ ବ୍ରିଟିଶ ଶାସନର ହେଲା ଅନ୍ତ

ବାରବାଡୋସ୍‌କୁ ମିଳିଲା ସ୍ୱାଧୀନତା, ୪୦୦ବର୍ଷ ପରେ ବ୍ରିଟିଶ ଶାସନର ହେଲା ଅନ୍ତ

ବାରବାଡୋସ୍‌କୁ ମିଳିଲା ସ୍ୱାଧୀନତା, ୪୦୦ବର୍ଷ ପରେ ବ୍ରିଟିଶ ଶାସନର ହେଲା ଅନ୍ତ
SHARE NOW :

ଲାଇଭ ଓଡିଶା ନ୍ୟୁଜ: ପ୍ରାୟ ୪୦୦ବର୍ଷ ପରେ ସ୍ୱାଧୀନତା ଲାଭ କଲା କାରିବିଆନ ଦେଶ ବାରବାଡୋସ୍ । ପ୍ରାୟ ୪୦୦ବର୍ଷ ଧରି ବ୍ରିଟିଶ ଶାସନାଧୀନ ରହିଥିଲା । ସ୍ୱାଧୀନତା ଲାଭ କରିବା ପରେ ବାରବାଡୋସ ନିଜକୁ ଏକ ଗଣତନ୍ତ୍ର ଭାବେ ଘେଶଷଣା କରି ବ୍ରିଟେନର ରାଜତନ୍ତ୍ରକୁ ଦେଶରେ ରଦ୍ଦ କରିଛି । ସ୍ୱାଧୀନତା ହେବା ପରେ ବାରବାଡୋସର ହଜାର ହଜାର ଲୋକ ମଧ୍ୟରାତ୍ରିରେ ରାଜଧାନୀର ଚାମ୍ବରଲିନ ବ୍ରିଜରେ ପହଞ୍ଚି ଉତ୍ସାହର ସହ ଏହାକୁ ପାଳନ କରିଛନ୍ତି। ଏହା ସହିତ ସାନ୍ଦ୍ରା ମସୋନ ଦେଶର ପ୍ରଥମ ରାଷ୍ଟ୍ରପତି ହୋଇଛନ୍ତି। ଗତ ସପ୍ତାହରେ ସଂସଦର ଉଭୟ ଗୃହର ମିଳିତ ବୈଠକରେ ମସୋନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ। ରାଷ୍ଟ୍ରପତି ମସୋନ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଆମର ଔପନିବେଶିକ ଅତୀତକୁ ଛାଡିବାର ସମୟ ଆସିଛି। ବାରବାଡୋସର ଲୋକମାନେ ଚାହାଁନ୍ତି ଯେ ସେମାନଙ୍କ ଦେଶର ବ୍ୟକ୍ତି ଦେଶର ମୁଖ୍ୟ ହୁଅନ୍ତୁ। ଅପରପକ୍ଷରେ ବ୍ରିଟେନର ପ୍ରିନ୍ସ ଚାଲର୍ସ କହିଛନ୍ତି ଯେ ଏହି ସାମ୍ବିଧାନିକ ପରିବର୍ତ୍ତନ ପରେ ମଧ୍ୟ ବ୍ରିଟେନ ଏବଂ ବାରବାଡୋସ ମଧ୍ୟରେ ସମ୍ପର୍କ ବନ୍ଧୁତ୍ୱପୂର୍ଣ୍ଣ ରହିବ। ଏହି କାର‌୍ୟ୍ୟକ୍ରମରେ ବାରବାଡୋସ କବି ୱିନଷ୍ଟନ ଫାରେଲ କହିଛନ୍ତି ଯେ ଔପନିବେଶିକ ସମୟ ସମାପ୍ତ ହୋଇଛି। ଦାସତ୍ୱରୁ ମୁକ୍ତି ପାଇ ଗଣରାଜ୍ୟ ମାନ୍ୟତା ମିଳିବା ପରେ ୨୧ ତୋପର ସଲାମୀ ଦିଆଯାଇଥିଲା ଏବଂ ଜନଗହଳିପୂର୍ଣ୍ଣ ହିରୋଜ୍ ସ୍କୋୟାରରେ ଦେଶର ଜାତୀୟ ସଂଗୀତ ଗାନ କରାଯାଇଥିଲା। ଏହି ପରିବର୍ତ୍ତନ ପରେ, ଆଶା କରାଯାଉଛି ଯେ ପୂର୍ବ ଉପନିବେଶଗୁଡିକ ବ୍ରିଟିଶ ରାଜତନ୍ତ୍ରକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିପାରନ୍ତି ।

Leave a Reply

Your email address will not be published. Required fields are marked *

Related Posts