ଅଜିତ ଡୋଭାଲଙ୍କ ଯୁଦ୍ଧ କୌଶଳକୁ ନେଇ ମନ୍ତବ୍ୟ

SHARE NOW :
ହାଇଦ୍ରାବାଦ(ଲାଇଭ ଓଡିଶା ବ୍ୟୁରୋ) : ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲଙ୍କ ଯୁଦ୍ଧକୁ ନେଇ ବଡ ଚେତାବନୀ । ପ୍ରଶିକ୍ଷାର୍ଥୀ ଆଇପିଏସ୍ ଅଫିସରଙ୍କ ଏକ ସମାରୋହ ସମୟରେ ସାମିଲ ହୋଇ ଅଜିତ ଡୋଭାଲ ଯୁଦ୍ଧକୁ ନେଇ ଅନେକ ମତ ରଖିଛନ୍ତି । ଏବେ ଯୁଦ୍ଧର କୌଶଳ ବଦଳି ଯାଇଛି ଏବଂ ଯୁଦ୍ଧର ନୂଆ ଅସ୍ତ୍ର ଭାବେ ସିଭିଲ ସୋସାଇଟି ଅର୍ଥାତ୍ ସମାଜକୁ ନଷ୍ଟ କରିବାକୁ ପ୍ରୟାସ କରାଯାଉଛି। ସେ କହିଛନ୍ତି ଯେ ରାଜନୈତିକ ଏବଂ ସାମରିକ ସ୍ବାର୍ଥ ହାସଲ ପାଇଁ ଏବେ ଯୁଦ୍ଧ ଅଧିକ ପ୍ରଭାବୀ ହୋଇ ରହିନାହିଁ। ବାସ୍ତବରେ ଯୁଦ୍ଧ ବହୁତ ମହଙ୍ଗା ହୋଇଥାଏ। ସବୁ ଦେଶ ଏହା କରିବାରେ ସକ୍ଷମ ହୁଅନ୍ତି ନାହିଁ।
ଯୁଦ୍ଧର ଫଳାଫଳରେ ମଧ୍ୟ ସବୁବେଳେ ଅନିଶ୍ଚିତତା ଲାଗି ରହିଥାଏ। ତେଣୁ ସମାଜକୁ ଭାଗ ଭାଗ କରି, ଭ୍ରାନ୍ତ ଧାରଣା ସୃଷ୍ଟକରି ଏବଂ ମିଥ୍ୟା ପ୍ରଚାରପ୍ରସାର ଦ୍ବାରା ଦେଶର କ୍ଷତି କରାଯାଇପାରେ। ଲୋକ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ପାକିସ୍ତାନ, ଚୀନ୍, ମିଆଁମାର ଏବଂ ବାଂଲାଦେଶକୁ ଲାଗି ଆମର ୧୫ ହଜାର କିମିର ସୀମା ରହିଛି। ଏହି ସୀମା ପରିଚାଳନାରେ ପୁଲିସର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବା ଉଚିତ୍। ଏହାସହ ଡୋଭାଲ ଆଇପିଏସ ଅଫିସରଙ୍କୁ କହିଛନ୍ତି ଯେ ଭାରତ ଭିତରର ୩୨ ଲକ୍ଷ ବର୍ଗକିମି ଅଞ୍ଚଳର ଆଇନଶୃଙ୍ଖଳା ପରିଚାଳନା ଦାୟିତ୍ବ ପୁଲିସ ଫୋର୍ସର। କିନ୍ତୁ ଏବେ ଏହା ଆହୁରି ବୃଦ୍ଧି ପାଇବ। ୧୫ ହଜାର ବର୍ଗ କିମି ବିଶିଷ୍ଟ ସୀମାରେ ଅଲଗା ଅଲଗା ସମସ୍ୟା ରହିଛି । ଡୋଭେଲଙ୍କ ଏହି ମନ୍ତବ୍ୟ ଆଇପିଏସ୍ ଅଧିକାରୀ ଙ୍କୁ ନିଜକୁ ପ୍ରସ୍ତୁତ କରିବୀା ପାଇଁ ନିଶ୍ଚୟ ସହାୟତା ପ୍ରଦାନ କରିବ ।