FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ‘ଯାଅ ମର, ଯାହା ତୁମ ଇଚ୍ଛା ସେୟା କର’ : ଶିକ୍ଷାମନ୍ତ୍ରୀ

‘ଯାଅ ମର, ଯାହା ତୁମ ଇଚ୍ଛା ସେୟା କର’ : ଶିକ୍ଷାମନ୍ତ୍ରୀ

‘ଯାଅ ମର, ଯାହା ତୁମ ଇଚ୍ଛା ସେୟା କର’ : ଶିକ୍ଷାମନ୍ତ୍ରୀ
SHARE NOW :

ଭୋପାଲ(ଲାଇଭ୍ ଓଡ଼ିଶା ନ୍ୟୁଜ୍‌): ଅଭିଭାବକଙ୍କୁ ମନ୍ତ୍ରୀ କହିଲେ “ଯାଅ, ମର । ଯାହା ଇଚ୍ଛା ସେୟା କର” । ବିଦ୍ୟାଳୟ ଓ ଶିକ୍ଷା ମନ୍ତ୍ରୀ ଇନ୍ଦର ସିଂ ପାରମାରଙ୍କ ଏପରି ବୟାନ ଏବେ ଭାଇରାଲ ହେବାରେ ଲାଗିଛି । ମଙ୍ଗଳବାର ଦିନ ଅଭିଭାବକମାନଙ୍କୁ ଏମିତି କହିଛନ୍ତି ମନ୍ତ୍ରୀ ଇନ୍ଦର ସିଂହ ପରମାର । ମଧ୍ୟପ୍ରଦେଶର ପଲକ ମହାସଂଘ ୮୦ ପ୍ରତିଶତ ଅଭିଭାବକ କିଛି ବ୍ୟାନର ଧରି ଭୋପାଳରେ ଥିବା ତାଙ୍କ ସରକାରୀ ବାସଭବନରେ ମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲେ ।

ମହାସଂଘ କହିଥିଲା ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବିଦ୍ୟାଳୟ ଗୁଡ଼ିକ କେବଳ ଟ୍ୟୁସନ ଫି ଆଦାୟ କରିବା କଥା । ହେଲେ ସ୍କୁଲ ପକ୍ଷରୁ ସେସବୁ କରୁନଥିବା ଅଭିଯୋଗ କରିବାକୁ ଯାଇଥିଲେ ଅଭିଭାବକ । ଅଭିଭାବକ ମହାସଂଘ ପକ୍ଷରୁ କୁହାଯାଇଥିଲା ଯେ, ସେମାନଙ୍କର ଏହି ଅଭିଯୋଗ ଶିକ୍ଷା ବିଭାଗ ଶୁଣୁନାହିଁ । ଫଳରେ ବାଧ୍ୟ ହୋଇ ଆମେ ଆପଣଙ୍କ ପାଖକୁ ଆସିଛୁ ।

ହେଲେ ମନ୍ତ୍ରୀ ଅଭିଯୋଗ ଦାବି ଶୁଣିବା ତ ଦୂରର କଥା ପ୍ରତିକ୍ରିୟାରେ ମନ୍ତ୍ରୀ ବାଢିଥିଲେ ଅଜବ ଯୁକ୍ତି । ମନ୍ତ୍ରୀ କହିଥିଲେ “ଯାଅ ସବୁ ମରିଯାଅ । ଯାହା ଇଚ୍ଛା କର ତାହା କର।” ଆଉ ମନ୍ତ୍ରୀଙ୍କ ଏହି ଉତ୍ତର ସମସ୍ତ ଅଭିଭାବକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା । ପଲକ ମହସଙ୍ଗର ସଭାପତି କମଲ ବିଶ୍ୱକର୍ମା କହିଛନ୍ତି ଯେ ଆମ ନିବେଦନ ଶୁଣିବାକୁ ଇଚ୍ଛୁକ ନାହାଁନ୍ତି ମନ୍ତ୍ରୀ । ଯଦି ଦାବି ନ ଶୁଣିବେ ତାହେଲେ ଇସ୍ତଫା ଦିଅନ୍ତୁ ନଚେତ ଆମକୁ କ୍ଷମା ମାଗନ୍ତୁ ।

Leave a Reply

Your email address will not be published. Required fields are marked *

Related Posts