FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ବିଗବସ ବିଜେତା ରାହୁଲ ବୈଦଙ୍କୁ ହତ୍ୟା ଧମକ

ବିଗବସ ବିଜେତା ରାହୁଲ ବୈଦଙ୍କୁ ହତ୍ୟା ଧମକ

ବିଗବସ ବିଜେତା ରାହୁଲ ବୈଦଙ୍କୁ ହତ୍ୟା ଧମକ
SHARE NOW :

(ଲାଇଭ ଓଡିଶା ନ୍ୟୁଜ); ରାହୁଲଙ୍କୁ ମିଳିଲା ହତ୍ୟା ଧମକ । ବିଗବସର ପୂର୍ବ ପ୍ରତିଯୋଗୀ ବା ଗାୟକ ରାହୁଲ ବୈଦଙ୍କୁ ତାଙ୍କ ଗୀତ ପାଇଁ ମିଳିଛି ହତ୍ୟା ଧମକ । ତାଙ୍କ ଗୀତ “ଗରବେ କି ରାତ” ଦେବତ୍ୱ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି । ଗୁଜୁରାଟର ହିନ୍ଦୁ ଦେବୀ ଶ୍ରୀ ମୋଗଲ ମା’ଙ୍କୁ ନେଇ ଗୀତରେ କିଛି ତ୍ରୁଟି ରହିଥିଲା । ଗୀତ ରିଲିଜ ହେବା ପରେ ରାହୁଲଙ୍କ ଫୋନ୍କୁ କଲ୍ ଓ ମେସେଜ ମାଧ୍ୟମରେ ହତ୍ୟା ଧମକ ମିଳୁଛି। ଫଳରେ ସମାଧାନ ପାଇଁ ଏହି ଟିମ୍ କିଛି ଦିନ ମଧ୍ୟରେ ଗୀତଟିକୁ ସଂଶୋଧନ କରିବାକୁ ଚେଷ୍ଟା କରୁଥିବା ମତ ଦେଇଛନ୍ତି। ସେମାନେ କହିଛନ୍ତି, କୌଣସି ଧାର୍ମିକ ଭାବନାକୁ ଆଘାତ ଦେବା ଆମର ଉଦ୍ଦେଶ୍ୟ ନୁହେଁ। ସବୁ ଧର୍ମକୁ ସମ୍ମାନ ଦେଉଛୁ। ଆଗାମୀ ଦିନରେ ଗୀତଟିକୁ ସଂଶୋଧନ କରାଯାଇ ପୁଣିଥରେ ଛଡ଼ାଯିବ ବୋଲି ଜଣାପଡ଼ିଛି

Leave a Reply

Your email address will not be published. Required fields are marked *

Related Posts