- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ବନ୍ୟାରେ ଭାସୁଛି ବିହାର, ୧୦ଲକ୍ଷ ଲୋକ ପ୍ରଭାବିତ
ବନ୍ୟାରେ ଭାସୁଛି ବିହାର, ୧୦ଲକ୍ଷ ଲୋକ ପ୍ରଭାବିତ

SHARE NOW :
ବିହାର(ଲାଇଭ୍ ଓଡ଼ିଶା ନ୍ୟୁଜ): ବିହାରରେ ପୁଣି ଥରେ ବନ୍ୟା ଲୋକଙ୍କୁ ଦୁଃଖ ଦେଇଛି । ବନ୍ୟାରେ ୧୦ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ପ୍ରାୟ ୧ ଲକ୍ଷ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରିଛନ୍ତି ସରକାର । ବିଶେଷ କରି ଦରଭଙ୍ଗା ଜିଲ୍ଲାରେ ସ୍ଥିତି ସଂଗୀନ ହୋଇପଡ଼ିଛି । ନେପାଳର ନଦୀଗୁଡିକରେ ଭୟଙ୍କର ବନ୍ୟା ଆସିବା ଯୋଗୁ ବିହାରର ଅନେକ ଜିଲ୍ଲାରେ ଜଳ ପ୍ରଳୟ ସୃଷ୍ଟି ହୋଇଛି। ବାଲ୍ମିକୀ ନଗର ବ୍ୟାରେଜରୁ ଦୁଇ ଦିନ ତଳେ ପ୍ରାୟ ଅଢେଇ ଲକ୍ଷ କ୍ୟୁସେକରୁ ଅଧିକ ପାଣି ଛଡା ଯାଇଥିଲା। ଏହି ପାଣି ଏବେ ଗୋପାଳଗଞ୍ଜରେ ପହଞ୍ଚି ଗଲାଣି। ଏହି କାରଣରୁ ଗୋପାଳଗଞ୍ଜ ଇଲାକାର ମୁଖ୍ୟ ସଦରଠାରୁ ଆରମ୍ଭ କରି ପ୍ରାୟ ଏକ ଡର୍ଜନରୁ ଅଧିକ ଗାଁ ପାଣି ଘେରରେ ରହିଛି। ଗୋପାଳଗଞ୍ଜର ପ୍ରାୟ ୪୨ ଗାଁ ବନ୍ୟା ପ୍ରଭାବିତ ହୋଇଛି।
ବନ୍ୟାରେ ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରାଯିବା ସହିତ ରିଲିଫ ଦିଆଯାଉଛି । ଏଥିରେ ଏନ୍ଡିଆରଏଫ ଓ ଏସ୍ଟିଆରଏଫ୍ ନିୟୋଜିତ ହୋଇଛନ୍ତି । ୨୭୧ଟି ସ୍ଥାନରେ ରୋଷେଇ କରି ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଥିବା ବିପର୍ଯ୍ୟୟ ପ୍ରଶମନ ବିଭାଗର ପ୍ରମୁଖ ସଚିବ ପ୍ରତ୍ୟାଶା ଅମ୍ରିତ କହିଛନ୍ତି । ସେହିପରି ମୋତିହାରରେ ବି ବନ୍ୟା ଯୋଗୁଁ କିଛି ଘର ଭୁଶୁଡ଼ି ଯାଇଛି। ବନ୍ୟା ନଦୀରେ ପ୍ରଭାବିତ ହୋଇଥିବା ଉପକୂଳ ଅଞ୍ଚଳରେ ଏବେ ପରିସ୍ଥିତି ବିଗିଡ଼ିଛି।