- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ଆଜିଠାରୁ ଆରମ୍ଭ ହେଲା ସଂସଦର ବଜେଟ୍ ଅଧିବେଶନ
ଆଜିଠାରୁ ଆରମ୍ଭ ହେଲା ସଂସଦର ବଜେଟ୍ ଅଧିବେଶନ

SHARE NOW :
ଲାଇଭ୍ ଓଡ଼ିଶା (ବ୍ୟୁରୋ): ଆଜିଠାରୁ ଆରମ୍ଭ ହେଲା ସଂସଦର ବଜେଟ୍ ଅଧିବେଶନ । ବଜେଟ୍ ଅଧିବେଶନ ଆରମ୍ଭରେ ସେଣ୍ଟ୍ରାଲ ହଲରେ ଉଭୟ ସଦନର ସଦସ୍ୟଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
ବଜେଟ୍ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ‘ବଜେଟ ଅଧିବେଶନରେ ସକରାତ୍ମକ ଆଲୋଚନା ହେବାର ଆଶା ରହିଛି ।
ସମସ୍ତ ସାଂସଦ ମୁକ୍ତ ଭାବେ ଆଲୋଚନା କରନ୍ତୁ ।୨ଟି ପର୍ଯ୍ୟାୟରେ ଆରମ୍ଭ ହୋଇ ବଜେଟ୍ ଅଧିବେଶନ ଏପ୍ରିଲ ୮ରେ ସରିବ । ଫେବ୍ରୁଆରୀ ୧୧ ଯାଏଁ ପ୍ରଥମ, ମାର୍ଚ୍ଚ ୧୪ରୁ ଏପ୍ରିଲ ୮ ଯାଏଁ ଦ୍ୱିତୀୟ ଅଧିବେଶନ ଚାଲିବ ।
ବଜେଟ୍ ଅଧିବେଶନର ପ୍ରଥମ ଦୁଇ ଦିନରେ ଶୂନ୍ୟକାଳ କିମ୍ବା ପ୍ରଶ୍ନକାଳ ରହିବ ନାହିଁ। ବୁଧବାର ଠାରୁ ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହେବ।
ଫେବୃଆରୀ ୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଆଲୋଚନାରେ ତାଙ୍କ ବକ୍ତବ୍ୟ ରଖିବେ ବୋଲି ଅନୁମାନ କରାଯାଉଛି। ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁୟାରି ୩୧ରୁ ଫେବୃଆରୀ ୧୧ ପର୍ଯ୍ୟନ୍ତ ଚାଲିବ।