FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ

ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ

ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ
SHARE NOW :

ଦିଲ୍ଲୀ (ଲାଇଭ୍ ଓଡ଼ିଶା ନ୍ୟୁଜ୍‌): ବିନା ପରୀକ୍ଷାରେ ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ । cbseresults.nic.in ଓ୍ୱେବସାଇଟରେ ଉପଲବ୍ଧ ହେଉଛି ରେଜଲ୍ଟ । CBSEର ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ରେଜଲ୍ଟ ପ୍ରକାଶ ପାଇଛି । ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିଲେ ୧୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ । ଏଗୁଡିକ ବ୍ୟତୀତ ସମସ୍ତ ପଞ୍ଜୀକୃତ ପ୍ରାର୍ଥୀଙ୍କ ପାଇଁ IVS, SMS, Digilocker ଏବଂ UMANG ଆପରେ ମଧ୍ୟ ଫଳାଫଳ ଉପଲବ୍ଧ ହେବ ।

ପ୍ରାର୍ଥୀମାନେ ମଧ୍ୟ CBSE Digilocker ୱେବସାଇଟ୍, digilocker.gov.in କୁ ଲଗ୍ ଇନ୍ କରି ସେମାନଙ୍କର ରେଜଲ୍ଟ ଜାଣିପାରିବେ । ଏହାସହ ମାର୍କ ସିଟ୍ ଏବଂ ସାର୍ଟିଫିକେଟ୍ ମଧ୍ୟ ପାଇପାରିବେ । ତେବେ ଯେଉଁମାନେ ମୂଲ୍ୟାଙ୍କନ ପଦ୍ଧତିରେ ଖୁସି ନୁହଁନ୍ତି । ସେମାନେ ଅଫଲାଇନ ଜରିଆରେ ଶାରୀରିକ ପରୀକ୍ଷା ଦେଇପାରିବେ । COVID-19 ସ୍ଥିତି ସୁଧାରିବା ପରେ ଏନେଇ ନିଷ୍ପତ୍ତି ନିଆଯିବ ।

Leave a Reply

Your email address will not be published. Required fields are marked *

Related Posts