FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ତୀର୍ଥଯାତ୍ରା ଉପରୁ ହଟିଲା ପ୍ରତିବନ୍ଧକ

ତୀର୍ଥଯାତ୍ରା ଉପରୁ ହଟିଲା ପ୍ରତିବନ୍ଧକ

ତୀର୍ଥଯାତ୍ରା ଉପରୁ ହଟିଲା ପ୍ରତିବନ୍ଧକ
SHARE NOW :

୧୯.୯( ଲାଇଭ୍ ଓଡିଶା ନ୍ୟୁଜ୍):ଆଜି ଠାରୁ ଆରମ୍ଭ ହେଉଛି ଚାରିଧାମ ଯାତ୍ରା । ତୀର୍ଥଯାତ୍ରା ଉପରେ ପ୍ରତିବନ୍ଧକ ହଟାଇବା ପାଇଁ ଉଚ୍ଚ ନ୍ୟାୟାଳୟ ନିଷ୍ପତ୍ତି ଦେବା ପରେ ଏନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।
ଚାରିଧାମ ଯାତ୍ରା ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବା ଲୋକଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି କୋର୍ଟ ଗୁରୁବାର ଦିନ ଚାରିଧାମ ଯାତ୍ରା ଉପରୁ ପ୍ରତିବନ୍ଧନ ହଟାଇ ଦେଇଥିଲେ ।
ଯେଉଁମାନେ କରୋନା ଟିକାର ଦୁଇଟି ଡୋଜ ନେଇଛନ୍ତି ସେମାନେ ନେଗେଟିଭ୍ ରିପୋର୍ଟ ଦେଖାଇ ଯାତ୍ରାରେ ସାମିଲ ହୋଇପାରିବେ । ଯାତ୍ରା ବେଳେ କରୋନା ନିୟମ କଡାକଡି ପାଳନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଆଗନ୍ତୁକଙ୍କ ସଂଖ୍ୟାକୁ ମଧ୍ୟ ସୀମିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଚାରିଧାମ ମଧ୍ୟରୁ କେଦରାନାଥକୁ ପ୍ରତିଦିନ ୮୦୦ ଜଣ, ବଦ୍ରୀନାଥକୁ ୧୨୦୦, ଗଙ୍ଗୋତ୍ରୀକୁ ୬୦୦ ଓ ଯମୁନୋତ୍ରକୁ ୪୦୦ ଯାତ୍ରୀ ଦର୍ଶନର ଅନୁମତି ମିଳିବ ।

ଏଥିସହିତ ଯାତ୍ରୀଙ୍କୁ ମନ୍ଦିର ଆଖପାଖରେ ଥିବା ଝରଣାରେ ସ୍ନାନ କରିପାରିବେ ନାହିଁ ।

Leave a Reply

Your email address will not be published. Required fields are marked *

Related Posts