FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଦୁନିଆର ଧନୀ ରାଷ୍ଟ୍ରରେ ପରିଣତ ହେଲା ଚାଇନା

ଦୁନିଆର ଧନୀ ରାଷ୍ଟ୍ରରେ ପରିଣତ ହେଲା ଚାଇନା

ଦୁନିଆର ଧନୀ ରାଷ୍ଟ୍ରରେ ପରିଣତ ହେଲା ଚାଇନା
SHARE NOW :

ଲାଇଭ ଓଡିଶା ନ୍ୟୁଜ: ଆମେରିକାକୁ ପଛରେ ପକାଇଲା ଚୀନ୍ । ସମସ୍ତଙ୍କୁ ପଛରେ ଛାଡି ଦୁନିଆର ସବୁଠାରୁ ଧନୀ ରାଷ୍ଟ୍ରରେ ପରିଣିତ ହୋଇଛି । ଗତ ୨୦ବର୍ଷ ମଧ୍ୟରେ ୩ଗୁଣ ବଢିଛି ଚୀନର ସଂପତ୍ତି । ସବୁଠାରୁ ଆଶ୍ଚର‌୍ୟ୍ୟକର କଥା ହେଉଛି ବିଶ୍ୱର ମୋଟ ସମ୍ପତ୍ତିରୁ କେବଳ ଚୀନର ହେଉଛି ଏକ ତୃତୀୟାଂଶ । ସବୁ ଦେଶର ବାଲାନ୍ସସିଟ୍ ଉପରେ ନଜର ରଖୁଥିବା ମ୍ୟାନେଜମେଣ୍ଟ୍ କନ୍ସଲଟାଣ୍ଟ ମୈକିନ୍ଜୀ ଆଣ୍ଡ କମ୍ପାନୀର ରିପୋର୍ଟରେ ଖୁଲାସା ହୋଇଛି ଯେ, ସବୁଠାରୁ ଧନୀ ଦେଶ ଚୀନ ଓ ଦ୍ୱିତୀୟକୁ ଖସି ଆସିଥିବା ଆମେରିକାର ଧନର ଏକ ବଡ଼ ଅଂଶ କେବଳ କିଛି ଧନୀ ଶ୍ରେଣୀର ବ୍ୟକ୍ତିଙ୍କ ପାଖରେ ରହିଛି । ଧନୀ ଦେଶ ଗୁଡ଼ିକର ଦଶ ପ୍ରତିଶତ ଜନସଂଖ୍ୟାଙ୍କ ପାଖରେ ସବୁଠାରୁ ଅଧିକ ଧନ ରହିଛି । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଏହିସବୁ ଧନୀ ଦେଶ ଗୁଡ଼ିକରେ ଧନୀକ ଶ୍ରେଣୀର ବ୍ୟକ୍ତି ବିଶେଷଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ଲାଗିଛି । ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ୨୦୦୦ ମସିହାରେ ଦୁନିଆର ସମ୍ପତ୍ତି ୧୫୬ ଅରବ ଡଲାର୍ ଥିଲା ଯାହା ୨୦୨୦ ମସିହା ସୁଦ୍ଧା ବୃଦ୍ଧି ପାଇ ୫୧୪ ଖରବ ଡଲାର୍(ଟ୍ରିଲିୟନ୍) ହୋଇଯାଇଛି । ମୈକିନ୍ସେ ଗ୍ଲୋବାଲ୍ ଇନଷ୍ଟିଚ୍ୟୁଟ୍ ର ଜଣେ ସହଯୋଗୀ ଜୀନ ମିଶକେ କହିଛନ୍ତି ଯେ, ଅନେକ ଗୁଡ଼ିଏ ଦେଶ ଏବେ ଧନୀ ହୋଇହୋଇ ଯାଉଛନ୍ତି । ବିଶ୍ୱର ସମୁଦାୟ ସମ୍ପତ୍ତିର ୬୮% ଅଚଳ ସମ୍ପତ୍ତି ଆକାରରେ ଉପସ୍ଥିତ ଥିବାବେଳେ ବାକି ସବୁ ଭିତ୍ତିଭୂମି, ଯନ୍ତ୍ରପାତି ଏବଂ ଉପକରଣ ଆଦି ସହିତ ଅନ୍ତର୍ଭୁକ୍ତ ରହିଛି । ରିପୋର୍ଟରେ ସବୁଠାରୁ ଆଶ୍ଚର‌୍ୟ୍ୟଜନକ ବିଷୟ ଚୀନ୍ କୁ ନେଇ ହିଁ ସାମ୍ନାକୁ ଆସିଛି। ୨୦୦୦ ମସିହାରେ ଚାଇନାର ମୋଟ ସମ୍ପତ୍ତି ୭ ଟ୍ରିଲିୟନ୍ ଡଲାର ଥିଲା, ଯାହା ୨୦୨୦ ମସିହାରେ ଦ୍ରୁତ ଗତିରେ ବୃଦ୍ଧି ପାଇ ୧୨୦ ଟ୍ରିଲିୟନ ଡ଼ଲାରରେ ପହଞ୍ଚିଛି ।

Leave a Reply

Your email address will not be published. Required fields are marked *

Related Posts