- Home
- »
- Breaking News
- »
- ପୁଅକୁ ନେଇ ଚିନ୍ତାରେ ଶାହାରୁଖ ଖାନ, ଆର୍ଯ୍ୟନ୍ଙ୍କୁ ଭେଟିବାକୁ ଜେଲ ଗଲେ ଶାହାରୁଖ୍
ପୁଅକୁ ନେଇ ଚିନ୍ତାରେ ଶାହାରୁଖ ଖାନ, ଆର୍ଯ୍ୟନ୍ଙ୍କୁ ଭେଟିବାକୁ ଜେଲ ଗଲେ ଶାହାରୁଖ୍

SHARE NOW :
ମୁମ୍ବାଇ(ଲାଇଭ ଓଡିଶା ନ୍ୟୁଜ): ପୁଅକୁ ଭେଟିଲେ ଶାହାରୁଖ ଖାନ୍ । ଏନେଇ ଗୁରୁବାର ସକାଳେ ଆର୍ତର ରୋଡ ଜେଲକୁ ଯାଇଥିଲେ ଶାହାରୁଖ । ବାରମ୍ବାର ପୁଅ ଆର୍ଯ୍ୟନଙ୍କ ଜାମିନ ଆବେଦନ ଖାରଜ ହେଉଥିବା ବେଳେ ତାଙ୍କୁ ଜେଲରେ ରହିବାକୁ ପଡିଛି । ଗତ ୧୪ଦିନ ହେବ ଆର୍ଯ୍ୟନ ଖାନ ଡ୍ରଗ୍ସ ମାମଲାରେ ଗିରଫ ହୋଇ ଜେଲରେ ସମୟ କାଟୁଛନ୍ତି । ଗତକାଲି କୋର୍ଟରେ ଆର୍ୟ୍ୟନଙ୍କ ବେଲ୍ ଆବେଦନର ଶୁଣାଣି ଥିଲା । ଯାହାକୁ ଖାରଜ କରିଛନ୍ତି କୋର୍ଟ । ଆର୍ୟ୍ୟନଙ୍କ ସମେତ ଅରବାଜ ମର୍ଚାଣ୍ଟ ଏବଂ ମୁନମୁନ ଧମେଚାଙ୍କ ଜାମିନ ଆବେଦନ ମଧ୍ୟ ଖାରଜ ହୋଇଛି । ଦୀର୍ଘ ଦିନ ହେଲା ପୁଅ ଜେଲରେ ଥିବାବେଳେ ଶାହାରୁଖ ଖାନ ଚିନ୍ତାଗ୍ରସ୍ତ ରହିଛନ୍ତି । ଏପରିସ୍ଥଳେ ପୁଅର ବେଲ୍ ଆବେଦନ ଖାରଜ ପରେ କିଙ୍ଗ ଖାନକୁ ବଡ ଝଟକା ଲାଗିଛି । ଆର୍ୟ୍ୟନଙ୍କୁ ଆଉ କିଛି ଦିନ ଜେଲରେ ରହିବାକୁ ଥିବାବେଳେ ଆଜି ଶାହାରୁଖ ପୁଅକୁ ଦେଖା କରିବାକୁ ଜେଲରେ ପହଞ୍ଚିଛନ୍ତି ।