FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. କୋଭାକ୍ସିନ ଟିକାକୁ ମିଳିବ ଡବ୍‌ଲୁଏଚଓର ଅନୁମୋଦନ !

କୋଭାକ୍ସିନ ଟିକାକୁ ମିଳିବ ଡବ୍‌ଲୁଏଚଓର ଅନୁମୋଦନ !

କୋଭାକ୍ସିନ ଟିକାକୁ ମିଳିବ ଡବ୍‌ଲୁଏଚଓର ଅନୁମୋଦନ !
SHARE NOW :

ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ) ଏଣିକି କୋଭାକ୍ସିନକୁ ମିଳିବ ବିଶ୍ୱ ମାନ୍ୟତା । ଭାରତର କରୋନା ଭାକ୍ସିନ କୋଭାକ୍ସିନ ଟିକାକୁ ଆଜି ଅନୁମୋଦନ ଦେଇପାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏଥିପାଇଁ ଆଜି ଡବ୍ଲୁଏଚଓ ପକ୍ଷରୁ ଏକ ବୈଠକ ବସୁଛି । ଭାରତ ବାୟୋଟେକ ପ୍ରସ୍ତୁତ କରୋନା ଟିକା କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବା ନେଇ ଡବ୍ଲୁଏଚଓ ର ବୈଷୟିକ ପରାମର୍ଶଦାତା କମିଟି ଏହି ବିଚାର କରିବ । ଏଥିପାଇଁ ଡବ୍ଲୁଏଚଓ ମାଗିଥିବା ସମସ୍ତ ତଥ୍ୟ ପର୍ଯ୍ୟାୟକ୍ରମେ ଦେଇଛି ଟିକା ନିର୍ମାତା ଭାରତ ବାୟୋଟେକ କମ୍ପାନି ।
ଭାରତରେ ନିର୍ମିତ ଏହି କରୋନା ଟିକା ନେବାପାଇଁ ବିଶ୍ୱର ଏକାଧିକ ରାଷ୍ଟ୍ର ଆଗ୍ରହ ପ୍ରକାଶ କରିଛନ୍ତି । ସେହିପରି କୋଭାକ୍ସିନକୁ ଡବ୍ଲୁଏଚଓ ମାନ୍ୟତା ମିଳିଲେ ଏହି ଟିକାର ଦୁଇଟି ଡୋଜ ନେଇଥିବା ଭାରତୀୟଙ୍କୁ ବିଦେଶ ଯାତ୍ରା ପାଇଁ ଅନୁମତି ମିଳିବା ସହଜ ହେବ ।

Leave a Reply

Your email address will not be published. Required fields are marked *

Related Posts