FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ଗରିଲାଙ୍କୁ କୋଭିଡ ଆଟାକ୍

ଗରିଲାଙ୍କୁ କୋଭିଡ ଆଟାକ୍

ଗରିଲାଙ୍କୁ କୋଭିଡ ଆଟାକ୍
SHARE NOW :

ୱାସିଂଟନ୍,୧୬.୯ (ଲାଇଭ୍ ଓଡିଶା ନ୍ୟୁଜ୍‌): ମଣିଷ ମାନଙ୍କ ପରେ ଏବେ ଗରିଲାଙ୍କୁ ଆଟାକ୍ କଲାଣି କୋଭିଡ ।ହଁ ଆଜ୍ଞା କୋଭିଡ ଏବେ ଆଉ ମଣିଷ ମଧ୍ୟରେ ସୀମାବଦ୍ଧ ହୋଇ ରହିନାହିଁ ଏହା ଏବେ ବିଭିନ୍ନ ଜୀବଜନ୍ତୁଙ୍କୁ ଆକ୍ରମଣ କରିବା ରେ ଲାଗିଲାଣି ।

ଏହା ଦେଖିବାକୁ ମିଳିଛି ଆମେରିକା ଆଟଲାଣ୍ଟା ଚିଡିଆଖାନାରେ । ଏଠାରେ ୧୩ଟି ଗରିଲା କୋଭିଡ ପଜିଟିଭ ବେହା ନଜରକୁ ଆସିଛି। ସେମାନଙ୍କ ମଧ୍ୟରେ ଗୋଟିଏ ୬୦ବର୍ଷ ବୟସ୍କ ଗରିଲା ରହିଛି ଯାହାର ନାଁ ଓଜି । ଚିଡିଆଖାନାରେ ରହିଥିବା ସମସ୍ତ ଗରିଲାଙ୍କ ମଧ୍ୟରେ ଓଜି ହେଉଛି ସବୁଠାରୁ ବୟସ୍କ ।

ରିପୋଟ୍ ଅନୁଯାଇ ଗରିଲାମାନଙ୍କ ନିକଟରେ କାଶ ହେବା ସହ ନାକରୁ ତରଳ ପଦାର୍ଥ ନିର୍ଗତ ହେବା ପରିଲକ୍ଷିତ ହୋଇଥିଲା । ଏହାପରେ ଜର୍ଜିଆ ବିଶ୍ବବିଦ୍ୟାଳୟର ଏକ ଡାକ୍ତର ଟିମ୍ ପହଞ୍ଚି ସେମାନଙ୍କୁ ପରୀକ୍ଷା କରିଥିଲେ ସେଥିରୁ ସେମାନେ ପଜିଟିଭ୍ ଥିବା ଜଣା ପଡିଥିଲା ।

Leave a Reply

Your email address will not be published. Required fields are marked *

Related Posts