ପାର୍ବଣ ପାଇଁ କେନ୍ଦ୍ରର କୋଭିଡ ଗାଇଡ୍ ଲାଇନ୍

SHARE NOW :
ନୁଆଦିଲ୍ଳୀ,୨୪.୯(ଲାଇଭ୍ ଓଡିଶା ନ୍ୟୁଜ୍): ଆଗାମୀ ଉତ୍ସବ ଋତୁ ପାଇଁ କେନ୍ଦ୍ର ସରକାର କରୋନା ମାର୍ଗଦର୍ଶିକା ଜାରି କରିଛନ୍ତି। ଗୁରୁବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ମାର୍ଗଦର୍ଶିକା ଅନୁଯାୟୀ ଉତ୍ସବ ପାଳନ ସମୟରେ ଯେଉଁସବୁ ଅଞ୍ଚଳରେ ସଂକ୍ରମଣ ହାର ୫%ରୁ ଅଧିକ ରହିଥିବ ସେଠାରେ ଜନସମାଗମକୁ ଅନୁମତି ଦିଆଯିବ ନାହିଁ। ସେହିପରି ନିଷିଦ୍ଧାଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଚିହ୍ନଟ ହୋଇଥିବା ଅଞ୍ଚଳରେ ଜନସମାଗମ ହୋଇପାରିବ ନାହିଁ। ଜନସମାଗମ ନିମନ୍ତେ ଆଗୁଆ ଅନୁମତି ନେବାକୁ ହେବ।
ସେହିପରି ୫%ରୁ କମ୍ ସଂକ୍ରମଣ ଥିବା ଅଞ୍ଚଳରେ ହିଁ ସମାବେଶ ଲାଗି ଅନୁମତି ଦିଆଯିବ। ଦୈନିକ ଓ ସାପ୍ତାହିକ ସଂକ୍ରମଣ ହାରକୁ ଆଧାର କରି କଟକଣା ଲାଗୁ କରାଯିବ। କେନ୍ଦ୍ରର ମାର୍ଗଦର୍ଶିକା ସମ୍ପର୍କରେ ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଘୋଷଣା କରି କହିଛନ୍ତି ଯେ ଦେଶରେ ଏବେ ସୁଦ୍ଧା କରୋନାର ଦ୍ବିତୀୟ ଲହର ଶେଷ ହୋଇ ନାହିଁ। ମହାରାଷ୍ଟ୍ର ଓ କେରଳରେ ସଂକ୍ରମଣ ବୃଦ୍ଧି ପାଉଛି। ଦେଶର ୩୩ଟି ଜିଲାରେ ସଂକ୍ରମଣ ହାର ୧୦%ରୁ ଅଧିକ ରହିଛି।