FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ୩୦୦ଟପିଲା ଦୈନିକ କରୋନା ମୃତ୍ୟୁ ସଂଖ୍ୟା

୩୦୦ଟପିଲା ଦୈନିକ କରୋନା ମୃତ୍ୟୁ ସଂଖ୍ୟା

୩୦୦ଟପିଲା ଦୈନିକ କରୋନା ମୃତ୍ୟୁ ସଂଖ୍ୟା
SHARE NOW :

ନୂଆଦିଲ୍ଲୀ, ୧୧/୯ (ଲାଇଭ୍ ଓଡ଼ିଶା ନ୍ୟୁଜ୍‌): କରୋନାରେ ଦୈନିକ ମୁତ୍ୟୁ ସଂଖ୍ୟା ୩୦୦ଟପିଛି । ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିଚାଲିଛି ସିନା ଥମିବାର ନାଁ ନେଉନାହିଁ। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୦୮ ଜଣଙ୍କ ମୃତ୍ୟୁ ହୋଇଛି ।


୪ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ବର୍ତ୍ତମାନ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦ହଜାର ତଳକୁ ଖସିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୩୩,୩୭୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୩୦୦ଟପିଛି। ୨୪ ଘଣ୍ଟା ମଧ୍ୟରେ ୩୦୮ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୩୨ ଲକ୍ଷ ୮ ହଜାର ୩୩୦ରେ ପହଞ୍ଚିଛି।


ଏତତ୍‌ବ୍ୟତୀତ ମୃତ୍ୟୁସଂଖ୍ୟା ୪ଲକ୍ଷ ୪୨ହଜାର ୩୧୭ରେ ପହଞ୍ଚିଛି। ବର୍ତ୍ତମାନ ଦେଶରେ ୩୯,୧୫୧୬ ସକ୍ରିୟ ମାମଲା ରହିଛି। ସେହିପରି ୩୨,୩୭,୪୪୯୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts