ଆଜି ଠାରୁ ୩ ଦିନିଆ ଲଦାଖ ଗସ୍ତରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ

SHARE NOW :
ଦିଲ୍ଲୀ(ଲାଇଭ୍ ଓଡ଼ିଶା ନ୍ୟୁଜ୍): ଭାରତ-ଚୀନ୍ ସୀମା ବିବାଦ ମଧ୍ୟରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜିଠାରୁ ୩ ଦିନିଆ ଲଦାଖ ଗସ୍ତରେ ଅଛନ୍ତି । ଏହି ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ସୀମା ସ୍ଥିତି ସମୀକ୍ଷା କରିବା ସହିତ ସୀମାରେ ଥିବା ପ୍ରସ୍ତୁତି ବିଷୟରେ ମଧ୍ୟ ଆଲୋଚନା କରିବାର ସୂଚନା ରହିଛି । ତେବେ ପ୍ରତିରକ୍ଷା ମନ୍ତ୍ରୀ ଲଦାଖ ପହଞ୍ଚିବା ପୂର୍ବରୁ ଜମ୍ମୁ ବାୟୁସେନା ଷ୍ଟେସନରେ ଦୁଇ ଦୁଇଟି ବିସ୍ଫୋରଣ ଘଟିଛି । ଯାହାପରେ ଲଦାଖ ପହଞ୍ଚିବା ପରେ ଏହି ଘଟଣା ଉପରେ ମଧ୍ୟ ସେବା ମୁଖ୍ୟଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ଆଲୋଚନା କରିପାରନ୍ତି । ବର୍ତମାନ ଜମ୍ମୁ କାଶ୍ମୀର ଅଶାନ୍ତ ରହିଥିବା ବେଳେ ଭାରତ ଚୀନ ସୀମା ବିବାଦ ମଧ୍ୟ ଲାଗି ରହିଛି । ଏଭଳି ସ୍ଥିତିରେ ଖୋଦ୍ ପ୍ରତିରକ୍ଷା ମନ୍ତ୍ରୀଙ୍କ ଲାଖ ଗସ୍ତ ନିହାତି ଭାବରେ କିଛି ବିଶେଷ ସୂଚନା ଦେଉଛି। ତେବେ ସୀମା ସ୍ଥିତି ପରଖିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ୨୯ ତାରିଖ ମଙ୍ଗଳବାର ଦିନ ପୁଣି ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି ।