- Home
- »
- Breaking News
- »
- ବିବାଦରେ ସମ୍ବିତ ପାତ୍ର, ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଲେ ଅଦାଲତ
ବିବାଦରେ ସମ୍ବିତ ପାତ୍ର, ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଲେ ଅଦାଲତ

SHARE NOW :
ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ଅଡୁଆରେ ପଡିଛନ୍ତି ସମ୍ବିତ ପାତ୍ର । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଆପତ୍ତ୍ଖକ୍ସନକ ଭିଡିଓ ଭାଇରାଲ କରିବା ମହଙ୍ଗା ପଡିଲା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡଃ ସମ୍ବିତ ପାତ୍ରଙ୍କୁ । ତାଙ୍କର ଏହି କାର୍ଯ୍ୟ ପାଇଁ ଶ୍ରୀ ପାତ୍ରଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ମଙ୍ଗଳବାର ଦିଲ୍ଲୀର ତିସହଜାରୀ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଡ.ପାତ୍ର ଜାଣିଶୁଣି ଗତ ଜାନୁଆରୀ ମାସରେ କୃଷକ ଆନ୍ଦୋଳନ ସମ୍ପର୍କିତ ଏକ ମିଥ୍ୟା ଓ ମନଗଢ଼ା ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଟ୍ୱିଟରରେ ଅପଲୋଡ କରିଥିଲେ । ଯଦ୍ୱାରା ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଥିଲା । ଭିଡିଓରେ କୃଷି ବିଧେୟକର ଫାଇଦା ବିଷୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଉପସ୍ଥାପନା କରୁଥିବା ତଥ୍ୟ ରହିଥିଲା । ବିଶେଷ କରି ବିଧେୟକ ଲାଗୁ ହେଲେ ଚାଷୀ ନିଜର ଚାଷ ଜମି, ସର୍ବନିମ୍ନ ସହାୟକ ମୂଲ୍ୟ ଓ ମଣ୍ଡି ସୁବିଧା ହରାଇବେ ନାହିଁ । ଏପରିକି ନିଜର କୃଷି ଉôପାଦନ ଲାଗି ଚାଷୀଙ୍କୁ ସର୍ବୋକ୍ରୃଷ୍ଟ ମୂଲ୍ୟ ମିଳିବ ଓ ସେମାନେ ଚାହିଁଲେ ଦେଶର ଯେକୌଣସି ସ୍ଥାନରେ ବିକ୍ରି କରିପାରିବେ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହୁଥିବା ଦୃଶ୍ୟ ରହିଥିଲା । ଏହି ପ୍ରସଙ୍ଗରେ ଫେବୃୟାରୀ ୨୧ରେ ଦିଲ୍ଲୀ ଇନ୍ଦ୍ରପ୍ରସ୍ଥ ଇଷ୍ଟେଟ ଥାନାରେ ବିଧିବଦ୍ଧ ଭାବେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ଏହାକୁ ଏଫଆଇଆର ଭାବେ ଗ୍ରହଣ କରିନଥିଲେ । ଫଳରେ ଅଭିଯୋଗକାରୀ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ ।