FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ଦିଲ୍ଲୀରେ ବଢିଲା ଶ୍ରମିକଙ୍କ ବେତନ

ଦିଲ୍ଲୀରେ ବଢିଲା ଶ୍ରମିକଙ୍କ ବେତନ

ଦିଲ୍ଲୀରେ ବଢିଲା ଶ୍ରମିକଙ୍କ ବେତନ
SHARE NOW :

ଦିଲ୍ଲୀ (ଲାଇଭଓଡିଶା ବ୍ୟୁରୋ) : ଦିଲ୍ଲୀରେ ଶ୍ରମିକ ଙ୍କ ପାଇଁ ଖୁସି ଖବର । ଦିଲ୍ଲୀ ସରକାରଙ୍କ ବଡ଼ ଘୋଷଣା ବଢିଲା ଶ୍ରମିକଙ୍କ ବେତନ । ଶ୍ରମିକଙ୍କୁ ବେତନ ରାଶି ବଢ଼ିବା ନେଇ ଘୋଷଣା କଲେ ଦିଲ୍ଲୀ ସରକାର । କରୋନା କାଳରେ ସମସ୍ତେ ଅର୍ଥନୈତିକ ଅଭାବର ହେଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । ଅକୁଶଳ ଶ୍ରମିକଙ୍କ ମାସିକ ବେତନ ୧୫ ହଜାର ୯ ଶହ ୮ ଟଙ୍କାରୁ ବଢ଼ି ୧୬ ହଜାର ୧୪ ଟଙ୍କା ହୋଇଥିବା ବେଳେ ଅର୍ଦ୍ଧକୁଶଳ ଶ୍ରମିକଙ୍କର ୧୭ ହଜାର ୫ ଶହ ୩୭ ଟଙ୍କାରୁ ୧୭ ହଜାର ୬ ଶହ ୯୩ ଟଙ୍କା ସେହିଭଳି କୁଶଳ ଶ୍ରମିକଙ୍କ ମାସିକ ବେତନ ୧୯ ହଜାର ୨ ଶହ ୯୧ ଟଙ୍କାରୁ ୧୯ ହଜାର ୭ ଶହ ୭୩ ଟଙ୍କାକୁ ବୃଦ୍ଧି କରାଯାଇଛି । ଦିଲ୍ଲୀ ସରକାର ଗତକାଲି ଏହି ନିଷ୍ପତ୍ତି ନେଇଥିବା ବେଳେ ଏହା ଡିସେମ୍ୱର ୧ରୁ ଲାଗୁ କରାଯିବ । ଦିଲ୍ଲୀ ସରକାର ଶ୍ରମିକଙ୍କ ବେତନ ରାଶି ବୃଦ୍ଧି କରିଥିବା ବେଳେ ଖୁବ୍ ଶୀଘ୍ର ଉତ୍ତରପ୍ରଦେଶ, ହରିୟାଣା ସରକାରଙ୍କୁ ଶ୍ରମିକଙ୍କ ବେତନ ରାଶି ବୃଦ୍ଧି କରିବାକୁ ପଡ଼ିପାରେ । ଉତ୍ତରପ୍ରଦେଶରେ ଆସନ୍ତା ବର୍ଷ ନିର୍ବାଚନ ହେବାକୁ ଥିବାବେଳେ ଏହି କାରଣରୁ ଶ୍ରମିକଙ୍କ ବେତନ ରାଶି ବୃଦ୍ଧି କରାଯାଇପାରେ ।

Leave a Reply

Your email address will not be published. Required fields are marked *

Related Posts