FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଡ୍ରଗ୍ସ ପାର୍ଟି ମାମଲା: ଆଜି ଆର୍ଯ୍ୟନଙ୍କ ଜାମିନ ଆବେଦନର ହେବ ଶୁଣାଣୀ

ଡ୍ରଗ୍ସ ପାର୍ଟି ମାମଲା: ଆଜି ଆର୍ଯ୍ୟନଙ୍କ ଜାମିନ ଆବେଦନର ହେବ ଶୁଣାଣୀ

ଡ୍ରଗ୍ସ ପାର୍ଟି ମାମଲା: ଆଜି ଆର୍ଯ୍ୟନଙ୍କ ଜାମିନ ଆବେଦନର ହେବ ଶୁଣାଣୀ
SHARE NOW :

ମୁମ୍ବାଇ(ଲାଇଭ ଓଡିଶା ନ୍ୟୁଜ): ବହୁଚର୍ଚ୍ଚିତ କ୍ରୁଜ ପାର୍ଟିରେ ଡ୍ରଗ୍ସ ମାମଲାରେ ଫସିଥିବା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନର ଆଜି ହେବ ଶୁଣାଣୀ । ଏନଡିସିପି କୋର୍ଟରେ ଏହି ଶୁଣାଣୀ ୨ଟା ୪୫ରେ ହେବାର ଅଛି । ଏହାସହ ଆଜି କୋର୍ଟରେ ଏନସିବି ତାର ଜବାବ ଦାଖଲ କରିବ । ପୂର୍ବରୁ ଆର୍ଯ୍ୟନଙ୍କର ମାଜିଷ୍ଟ୍ରେଟ କୋର୍ଟରେ ଶୁଣାଣୀ ହୋଇଥିଲା କିନ୍ତୁ କୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଥିଲେ । ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନଙ୍କୁ ଅକ୍ଟୋବର ୩େରେ ଏନସିବି ଗିରଫ କରିଥିବା ବେଳେ ସେ ଏବେ ମୁମ୍ବାଇର ଆର୍ଥର ରୋଡ ଜେଲରେ ଅଛନ୍ତି । ଏନସିବି ଏହି ଡ୍ରଗ୍ସ ପାର୍ଟି ମାମଲାରେ ଏଯାଏଁ ୨୦ ଜଣଙ୍କୁ ଗିରଫ କରିସାରିଲାଣି । ସେପଟେ ମହାରାଷ୍ଟ୍ର ପୁଲିସ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଏନସିବି ଅଧିକାରୀ ସମୀର ୱାଂଖଡେ । ଏନସିବି ଜୋନାଲ ନିର୍ଦ୍ଦେଶକ ୨ଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ ପିଛା କରୁଥିବା ଅଭିଯୋଗ ଆଣିଛନ୍ତି । ଏନେଇ ମହାରାଷ୍ଟ୍ର ଡିଜିପିଙ୍କ ନିକଟରେ ସମୀର ୱାଂଖଡେ ଅଭିଯୋଗ ମଧ୍ୟ କରିଛନ୍ତି । ସମୀର ନିଜ ମାଙ୍କ ସମାଧୀସ୍ଥଳୀକୁ ଯାଇଥିବାବେଳେ ତାଙ୍କ ପଛରେ ଦୁଇଜଣ ପୁଲିସ କର୍ମୀ ସାଧା ପୋଷାକରେ ତାଙ୍କ ପିଛା କରିଥିଲେ ଓ ସେଠାକାର ସିସିଟିଭି ଫୁଟେଜ ମଧ୍ୟ ସଂଗ୍ରହ କରିଥିବା ସେ ଅଭିଯୋଗ କରିଛନ୍ତି । ଏହି ଦୁଇ ପୁଲିସ କର୍ମୀ ୱାଶିୟାର ପୁଲିସ ଷ୍ଟେସନର ।

Leave a Reply

Your email address will not be published. Required fields are marked *

Related Posts