FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଭୂମିକମ୍ପ

ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଭୂମିକମ୍ପ

ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଭୂମିକମ୍ପ
SHARE NOW :

ନୁଆଦିଲ୍ଲୀ, ୨୫.୯( ଲାଇଭ୍ ଓଡିଶା ନ୍ୟୁଜ୍‌): ଗତ ରାତିରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର କ୍ୟାମ୍ପବେଲ ବାଇ ନିକଟରେ ରିଚ୍ଟର ସ୍କେଲରେ ୫.୨ ତିବ୍ରତାର ଏକ ଭୂକମ୍ପ ଘଟିଛି। ଏ ନଇ ସୂଚନା ଦେଇଛନ୍ତି ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ।
୬୩ କିଲୋମିଟର ଗଭୀରରେ ରାତି ପ୍ରାୟ ୮: ୩୫ ରେ କମ୍ପନ ଅନୁଭୂତ ହୋଇଥିଲା । ଭୂକମ୍ପର ତିବ୍ରତା ୫.୨, ଥିଲା ବୋଲି ସୂଚନା ମିଲିଛି । କ୍ୟାମ୍ପବେଲ ବାଇ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପରୁ ୨୪୬ କିଲୋମିଟର ଉତ୍ତରରେ ଘଟିଛି ବୋଲି ସେ କହିଛନ୍ତି। ଏକ ଟୁଇଟ୍ ରେ ଏନସିଏସ୍ ସୂଚନା ଦେଇଛି ।
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ବାରମ୍ବାର ଭୂକମ୍ପରେ ଦ୍ୱାରା ପ୍ରଭାବିତ ହେଉଥିବା ରାଜ୍ୟ ଅଟେ । ଏହାପୂର୍ବରୁ ସେପ୍ଟେମ୍ବର ୨୨ ରେ, ରିଚ୍ଟର ସ୍କେଲରେ ୩.୯ ତିବ୍ରତାର ଏକ ଭୂକମ୍ପ ଦ୍ୱୀପପୁଞ୍ଜକୁ ଚକିତ କରି ଦେଇଥିଲା

Leave a Reply

Your email address will not be published. Required fields are marked *

Related Posts