FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ୧୫ଟଙ୍କାର ମିଳୁଥିବା ଖାଦ୍ୟର ମେନ୍ୟୁ ଦେଖିଲେ ଉଡିଯିବ ହୋସ୍‌

୧୫ଟଙ୍କାର ମିଳୁଥିବା ଖାଦ୍ୟର ମେନ୍ୟୁ ଦେଖିଲେ ଉଡିଯିବ ହୋସ୍‌

୧୫ଟଙ୍କାର ମିଳୁଥିବା ଖାଦ୍ୟର ମେନ୍ୟୁ ଦେଖିଲେ ଉଡିଯିବ ହୋସ୍‌
SHARE NOW :

ବିହାର(ଲାଇଭ ଓଡିଶା ନ୍ୟୁଜ): ୧୫ଟଙ୍କାରେ ପେଟ ଫୁଲା ବିଭିନ୍ନ ବ୍ୟଞ୍ଜନ ସହ ମଜା ଉଠାଇପାରିବେ ସୁଆଦିଆ ଖାଦ୍ୟର । ଏତେ ଶସ୍ତାରେ ମନ ମୁତାବକ ଖାଦ୍ୟ ଥାଳିକୁ ଦେଖିଲେ ଆପାର ମଧ୍ୟ କହିବେ ୱା ଭାଗ୍ୟରେ ଥିଲେ ଏମିତି ଖାଇବା ମିଳେ । କଥଶଟା ଅଜବ ଲାଗୁଥିଲେ ମଧ୍ୟ ସତ । ଏଭଳି ଖାଦ୍ୟ ଉପଲବ୍ଧି ହେଉଛି ବିହାର ରାଜ୍ୟର ପାଟଣା ସହରର ଜଙ୍କଶନ ନିକଟରେ । ସେଠାରେ ବହୁତ କମ୍ ଦାମରେ ଲୋକମାନଙ୍କୁ ପେଟ ପୁରା ଭୋଜନ ଉପଲବ୍ଧ ହେଉଛି । ପ୍ରଥମେ ଯେଉଁଠି ଖିର ମାର୍କେଟ ଥିଲା ସେଠାରେ ଏବେ ଏହି ନୂତନ ଭୋଜନାଳୟ ଖୋଲାଯାଇଛି। ଏଠାରେ ଲୋକମାନଙ୍କୁ ମାତ୍ର ୧୫ଟଙ୍କାରେ ଭୋଜନର ସୁବିଧା ଦିଆଯାଇଛି। ପାଟଣାର ମେୟର ସୀତା ସାହୁ ଏବଂ ଡେପୁଟି ମେୟର ରଜନୀ ଦେବୀ ଶନିବାର ଏହାର ଉଦଘାଟନ କରିଛନ୍ତି । ଭାମାଶାହ ଫାଉଣ୍ଡେଶନର ସହଯୋଗରେ ଏହି ଭୋଜନାଳୟର ଶୁଭାରମ୍ଭ କରାଯାଇଛି । ମେୟର ସୀତା ସାହୁ ଏହା ମଧ୍ୟ କହିଛନ୍ତି ଯେ, ପାଟଣାରେ ପେଟ ପୁରା ଖାଇବା ଅନ୍ୟ ଏକ ସ୍ଥାନ କାରଗିଲ ଚୌରାହିରେ ମିଳିଥାଏ । ଯେଉଁଠାରେ ପ୍ରତ୍ୟେକ ଦିନ ୨ହଜାର ଲୋକ ଖାଇଥାନ୍ତି । ସେ କହିଛନ୍ତି ଯେ,ପାଟଣା ଜଙ୍କଶନର ଖିର ମାର୍କେଟରେ ଖୋଲାଯାଇଥିବା ଏହି ଭୋଜନାଳୟ ରେଳଯାତ୍ରୀ, କୁଲି ଏବଂ ଛାତ୍ରଙ୍କ ଲାଗି ସୁବିଧା ହେବ। ଏଠାରେ ସକାଳେ ୮ଟି ପୁରୀ, ତରକାରୀ ଏବଂ ଖୀର କିମ୍ବା ଜଲିବି ଦିଆଯିବ। ସେହିପରି ଦ୍ବିପ୍ରହର ଖାଦ୍ୟରେ ଭାତ-ଡାଲି, ତରକାରୀ ଚଟଣୀ ଏବଂ ପାମ୍ପଡ଼ ମିଳିବ। ରାତିରେ ପାଞ୍ଚଟି ରୁଟି ଏବଂ ତରକାରୀ ମିଳିବ। ଆଗାମୀ ଦିନରେ ଏହି ମେନ୍ୟୁରେ ପରିବର୍ତ୍ତନ କରାଯିବାର ବ୍ୟବସ୍ଥା ରହିଛି ।

Leave a Reply

Your email address will not be published. Required fields are marked *

Related Posts