FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ନିଆଁ ଲଗାଉଛି ମହଙ୍ଗା ମାଡ: ଗ୍ୟାସ ଦର ୧୦୦କୁ ବୃଦ୍ଧି

ନିଆଁ ଲଗାଉଛି ମହଙ୍ଗା ମାଡ: ଗ୍ୟାସ ଦର ୧୦୦କୁ ବୃଦ୍ଧି

ନିଆଁ ଲଗାଉଛି ମହଙ୍ଗା ମାଡ: ଗ୍ୟାସ ଦର ୧୦୦କୁ ବୃଦ୍ଧି
SHARE NOW :

ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ମହଙ୍ଗା ମାଡରୁ ତ୍ରାହି ମିଳୁନି ଦେଶବାସୀଙ୍କୁ । ଏନେଇ ଚିନ୍ତାରେ ଖାଉଟି । ପେଟ୍ରୋଲ ଠାରୁ ଆରମ୍ଭ କରି ଡିଜେଲ ପର୍ଯ୍ୟନ୍ତ ସବୁର ଦର ଏବେ ଆକାଶ ଛୁଆଁ । ଏନେଇ ଜନତା ହନ୍ତସନ୍ତ ହେଉଥିବା ବେଳେ ସରକାର ଏବେ ଗ୍ୟାସ ଦରକୁ ବୃଦ୍ଧି କରିଛନ୍ତି । ଯାହା ଜନତାଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଯାଇଛି । ଆଜିଠାରୁ ଗ୍ୟାସ ଦର ସିଲିଣ୍ଡର ପିଛା ୧୦୦ ଟଙ୍କା ମହଙ୍ଗା ହୋଇଛି। ଗତ ମାସରେ ଗ୍ୟାସ ଦର ୨୬୬ ଟଙ୍କା ବଢ଼ିଥିଲା। ଚଳିତ ମାସ ଆରମ୍ଭରୁ ପୁଣିଥରେ କମ୍ପାନୀଗୁଡ଼ିକ ବ୍ୟବସାୟିକ ବା କମ୍ର୍ସିଆଲ ଗ୍ୟାସର ଦାମ ୧୦୦ ଟଙ୍କା ବଢ଼ାଇଛନ୍ତି। ଘରୋଇ ଗ୍ୟାସ୍ର ଦାମରେ କୌଣସି ପ୍ରକାରର ପରିବର୍ତ୍ତନ ହୋଇନି। କମ୍ପାନୀଗୁଡ଼ିକ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜିର ବର୍ଦ୍ଧିତ ଦାମ ପରେ ରାଜଧାନୀ ଦିଲ୍ଲୀରେ କମର୍ସିଆଲ ଗ୍ୟାସ୍ର ଦାମ ୨୧ ଶହ ଟଙ୍କା ପାର କରିଛି। ଆଜିଠାରୁ ବ୍ୟବସାୟୀମାନେ ଦିଲ୍ଲୀରେ ୧୯ କେଜିର ଗ୍ୟାସ ସିଲିଣ୍ଡରକୁ ୨୧୦୧ ଟଙ୍କା ଦେଇ କିଣୁଛନ୍ତି। ସେହିପରି ୧୪.୨ କେଜି ଗ୍ୟାସ ସିଲିଣ୍ଡରର ଦାମ ୮୯୯.୫୦ ଟଙ୍କା ରହିଛି। କୋଲକାତାରେ କମର୍ସିଆଲ ଗ୍ୟାସର ଦାମ ୨୧୭୭, ମୁମ୍ବାରେ ୨୦୫୧ ଓ ଚେନ୍ନାଇରେ ୨୨୩୪ ଟଙ୍କାରେ ପହଞ୍ଚି ଯାଇଛି।
ସେହିପରି ରନ୍ଧନ ଗ୍ୟାସକୁ ବିଚାରକୁ ନେଲେ କୋଲକାତାରେ ଏହାର ସିଲିଣ୍ଡର ପିଛା ଦାମ ୯୨୬ ଟଙ୍କା, ମୁମ୍ବାଇରେ ୮୯୯.୫ ଟଙ୍କା ଓ ଚେନ୍ନାଇରେ ଏହା ୯୧୫.୫ ଟଙ୍କା ରହିଛି। ଅକ୍ଟୋବର ୬ରେ ରନ୍ଧନ ଗ୍ୟାସର ଦାମ ବୃଦ୍ଧି ପାଇଥିଲା। ତେବେ ନଭେମ୍ବର ମାସରେ ଦାମରେ କୌଣସି ପ୍ରକାରର ପରିବର୍ତ୍ତନ ହୋଇନାହିଁ।

Leave a Reply

Your email address will not be published. Required fields are marked *

Related Posts