FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ୩କୃଷି ଆଇନ ଉଚ୍ଛେଦ ବିଲକୁ ମଂଜୁରୀ ପ୍ରଦାନ କଲେ ରାଷ୍ଟ୍ରପତି

୩କୃଷି ଆଇନ ଉଚ୍ଛେଦ ବିଲକୁ ମଂଜୁରୀ ପ୍ରଦାନ କଲେ ରାଷ୍ଟ୍ରପତି

୩କୃଷି ଆଇନ ଉଚ୍ଛେଦ ବିଲକୁ ମଂଜୁରୀ ପ୍ରଦାନ କଲେ ରାଷ୍ଟ୍ରପତି
SHARE NOW :

ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ଆଜି କେନ୍ଦ୍ର ସରକାରଙ୍କ ୩କୃଷି ଆଇନ ଉଚ୍ଛେଦ ବିଲକୁ ମଂଜୁରୀ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦେଶରେ ବିଲକୁ ନେଇ କୃଷକମାନଙ୍କ ଆନ୍ଦୋଳନ ଜାରି ଥିବାବେଳେ ଶେଷରେ କେନ୍ଦ୍ର ସରକାର ବିଲକୁ ଉଚ୍ଛେଦ କରିଥିଲେ । ସଂସଦର ଉଭୟ ଗୃହରେ କୃଷି ଆଇନ ଉଚ୍ଛେଦ ବିଲ ଗୃହୀତ ହେବାପରେ ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା । ରାଷ୍ଟ୍ରପତି ଆଜି ଏଥିରେ ସ୍ୱାକ୍ଷର କରିଛନ୍ତି । ସଂସଦର ଶୀତ ଅଧିବେଶନର ପ୍ରଥମ ଦିନରେ ରେକର୍ଡ ସମୟରେ ହିଁ କୃଷି ଆଇନ ଉଚ୍ଛେଦ ବିଲ ଗୃହୀତ ହୋଇଥିଲା କୃଷି ଆଇନ ଉଚ୍ଛେଦ ବିଲ ଲୋକସଭାରେ ୪ ମିନିଟରେ ଗୃହୀତ ହୋଇଥିବା ବେଳେ ରାଜ୍ୟସଭାରେ ବିଲ୍ ସଂକ୍ରାନ୍ତରେ ସ୍ପଳ୍ପ ଆଲୋଚନା ପରେ ବିଲ୍ ଗୃହୀତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ନଭେମ୍ବର ୧୯ ତାରିଖରେ କୃଷି ଆଇନ ଉଚ୍ଛେଦ ହେବ ବୋଲି ଘୋଷଣା କରିବା ସହ ବିଲର ସୁଫଳ ନେଇ ଚାଷୀଙ୍କୁ ବୁଝାଇ ପାରିନଥିବାରୁ ଦେଶବାସୀଙ୍କୁ କ୍ଷମା ମାଗିଥିଲେ ।

Leave a Reply

Your email address will not be published. Required fields are marked *

Related Posts