FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ସମାପ୍ତ ହେଲା କୃଷକ ଆନ୍ଦୋଳନ, ଘରକୁ ଫେରିବେ ଚାଷୀ

ସମାପ୍ତ ହେଲା କୃଷକ ଆନ୍ଦୋଳନ, ଘରକୁ ଫେରିବେ ଚାଷୀ

ସମାପ୍ତ ହେଲା କୃଷକ ଆନ୍ଦୋଳନ, ଘରକୁ ଫେରିବେ ଚାଷୀ
SHARE NOW :

ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ଶେଷରେ ୩୭୮ଦିନର ଲମ୍ବା ବ୍ୟବଧାନ ପରେ ଘରକୁ ଫେରିବେ ଚାଷୀ । ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କୃଷକ ଆନ୍ଦୋଳନକୁ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସରକାର ଗ୍ରହଣ କରିଥିବା ପ୍ରସ୍ତାବ ଉପରେ ସହମତି ପ୍ରକାଶ ପାଇବା ପରେ ଗୁରୁବାର ଦିନ ଆନ୍ଦୋଳନ ଶେଷ କରିବାକୁ କୃଷକ ସଂଗଠନ ପକ୍ଷରୁ ଘୋଷଣା କରାଯାଇଛି। ଏହାପୂର୍ବରୁ କୃଷକଙ୍କ ବିଚାରାଧୀନ ଦାବି ଉପରେ କୃଷି ସଚିବଙ୍କ ଦସ୍ତଖତରେ ସରକାର ଏକ ଚିଠି ପଠାଇଥିଲେ। ଏହା ପରେ ସଂଯୁକ୍ତ କିଷାନ୍ ମୋର୍ଚ୍ଚା ଏକ ବୈଠକ କରିଥିଲେ।
ବୈଠକ ଶେଷ ହେବା ପରେ ଏହି ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଘୋଷଣା କରାଯାଇଛି। ଏହାପୂର୍ବରୁ ସଂଯୁକ୍ତ କିଷାନ୍ ମୋର୍ଚ୍ଚାର ପାଞ୍ଚ ଜଣିଆ କମିଟିର ସଦସ୍ୟ ଅଶୋକ ଧାୱଲେ କହିଛନ୍ତି ଯେ, ସରକାର ଗ୍ରହଣ କରିଥିବା ନୂତନ ଡ୍ରାଫ୍ଟ ଆଜି ବୈଠକରେ ଆଲୋଚନା ହେବ। ଏହା ପରେ ଆନ୍ଦୋଳନକୁ ଶେଷ କରିବା ପାଇଁ ସଂଯୁକ୍ତ କିଷାନ୍ ମୋର୍ଚ୍ଚା ଦ୍ୱାରା ନିଷ୍ପତ୍ତି ନିଆଯିବ।

Leave a Reply

Your email address will not be published. Required fields are marked *

Related Posts