- Home
- »
- Breaking News
- »
- କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନକୁ ପୁରିଲା ବର୍ଷେ
କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନକୁ ପୁରିଲା ବର୍ଷେ

SHARE NOW :
ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ଆଜି ହେଉଛି ସେହି ଦିନ ଯେଉଁଦିନ ଠାରୁ ଆରମ୍ଭ ହୋଇଥିଲା କୃଷକ ମାନଙ୍କର ମହାସଂଗ୍ରାମ । ନିଜ ଅଧିକାର ପାଇଁ ରାସ୍ତାକୁ ଓହ୍ଲାଇ ଆସିଥିଲେ ଦେଶର କୋଣଅନୁକୋଣରୁ ହଜାର ହଜାର ଚାଷୀ । ସରକାରଙ୍କ ଦ୍ୱାରା ଆଗତ କୃଷକ ବିଲକୁ ଫେରାଇନେବାକୁ କରିଥିଲେ ଜୋରଦାର ଆନ୍ଦୋଳନ । ଆଜି କୃଷକ ଆନ୍ଦୋଳନକୁ ପୁରିଛି ୧ବର୍ଷ । ଏଥିପାଇଁ ଦିଲ୍ଲୀ ସୀମାରେ ଏକାଠି ହୋଇଛନ୍ତି ହଜାର ହଜାର କୃଷକ । ସରକାରଙ୍କ ଦ୍ୱାରା କୃଷକ ମାନଙ୍କ ପାଇଁ ଆଗତ ହୋଇଥିଲା କୃଷି ବିଲ । କିନ୍ତୁ ଏହି ବିଲରେ କିଛି ତ୍ରୁଟି ଯୋଗୁ ଏହାକୁ ସହଯୋଗ କରିନତିଲେ କୃଷକ ମାନେ । ସେଥିପାଇଁ ଏହି ବିଲକୁ ହଟେଇବା ଲାଗି ଦେଶବ୍ୟାପି ଚାଷୀ ମାନେ ଆନ୍ଦୋଳନ ଜାରୀ ରଖିଥିଲେ । ତେବେ ଶେଷରେ କୃଷକ ମାନଙ୍କ ଆଗରେ ହାର ମାନିବାକୁ ପଡିଥିଲା ସରକାରଙ୍କୁ । କୃଷି ଆଇନ ଉଚ୍ଛେଦ ବିଲକୁ କ୍ୟାବିନେଟ ମଂଜୁର କରିଥିଲେ । ଏହା ପରେ ମଧ୍ୟ ଶକ୍ତି ପ୍ରଦର୍ଶନ କରୁଛନ୍ତି କୃଷକ । ଏମ୍ଏସ୍ପି ଗ୍ୟାରେଂଟି ଓ ଅନ୍ୟାନ୍ୟ ଦାବିରେ ଆନ୍ଦୋଳନ କରୁଛନ୍ତି କୃଷକ ସଂଗଠନ ।ପରବର୍ତୀ ରଣନୀତି ନେଇ ଆସନ୍ତାକାଲି ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ବୈଠକ କରାଯିବ ।ଆସନ୍ତା ୨୯ରେ ଆରମ୍ଭ ହେବାକୁ ଯାଉଥିବା ଶୀତକାଳିନ ଅଧିବେଶନ ଦିନ ସଂସଦ ଅଭିମୁଖେ ଟ୍ରାକ୍ଟର ରାଲି କରିବେ ବୋଲି ସୂଚନା ଦେଇଛନ୍ତି । ଏହି ଶୋଭାଯାତ୍ରାରେ ୬୦ ଟ୍ରାକ୍ଟର ଓ ହଜାରେ ଚାଷୀ ସାମିଲ ହେବେ । ଏମଏସପି ଗ୍ୟାରେଂଟି ପାଇଁ ଆଇନ ଆଣିବା ଓ ଆନ୍ଦୋଳନରତ ୭୫୦ କୃଷକଙ୍କ ପରିବାରକୁ କ୍ଷତିପୂରଣ ଭଳି ୬ଟି ଦାବି ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଚାଷୀ ସଂଗଠନ । ଅନ୍ୟପଟେ ତିନି କୃଷି ଆଇନକୁ ରଦ୍ଦ ବିଲରେ କେନ୍ଦ୍ର କ୍ୟାବିନେଟ ମୋହର ମାରିଛି । ଆଗାମୀ ଶୀତ ଅଧିବେଶନରେ ଏହାକୁ ଆଗତ କରାଯିବ ଓ ପାରିତ ହେଲେ ବିଧିବଦ୍ଧ ଭାବେ ରଦ୍ଦ ହୋଇଯିବ ତିନି ଆଇନ ।