FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ବୃଦ୍ଧି

ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ବୃଦ୍ଧି

ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ବୃଦ୍ଧି
SHARE NOW :

ଲାଇଭ ଓଡିଶା ନ୍ୟୁଜ୍ ବ୍ୟୁରୋ : ଦେଶ ବଦଳୁଛି ତା ସହିତ ବଦଳୁଛି ଚିନ୍ତାଧାରା । ପୁରୁଷ ପ୍ରାଧାନ୍ୟ ଦେଶରେ ଏବେ ମିଳୁଛି ନାରୀଙ୍କୁ ତାଙ୍କ ଅଧିକାର । ପୂର୍ବ ପ୍ରଚଳିତ କନ୍ୟା ବୋଝ ଶବ୍ଦଟି ଏବେ ଲୋପ ପାଇବାରେ ଲାଗିଲାଣି । ଏହାସହିତ ପୁରୁଷ ଓ ନାରୀଙ୍କୂୁ ସମାନ ଅଧିକାର ମିଳୁଛି । ପୂର୍ବରୁ ପ୍ରଚଳିତ ପୁରୁଷ ପ୍ରାଧାନ୍ୟ ଦେଶରେ ଏବେ କିଛିଟା ବ୍ୟତିକ୍ରମ ଦେଖିବାକୁ ମିଳିଛି । ଦିନ ଥିଲା ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ବହୁତ କମ୍ ଥିଲା । ସେତେବେଳେ ବହୁମାତ୍ରାରେ ବଢିଯାଇଥିଲା କନ୍ୟା ଭୃଣ ହତ୍ୟା । କିନ୍ତୁ ଏବେ ସମୟ ବଦଳିଛି । ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି । ଏବେ ପ୍ରତି ୧ହଜାର ପୁରୁଷଙ୍କ ତୁଳନାରେ ୧ହଜାର ୨୦ ଜଣ ମହିଳା ରହିଛନ୍ତି ।
ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଏକ ହଜାର ଟପିଛି । ପ୍ରତି ହଜାରେ ପୁରୁଷରେ ୧୦୨୦ ମହିଳା ରହିଥିବା ସର୍ଭେ ରିପୋର୍ଟରୁ ଜଣାପଡ଼ିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଥିବା ନ୍ୟାସନାଲ ଫ୍ୟାମିଲି ଆଣ୍ଡ ହେଲଥ ସର୍ଭେ ରିପୋର୍ଟ ଅନୁସାରେ, ଜନ୍ମ ସମୟରେ ସେକ୍ସ ରେସିଓ ମଧ୍ୟ ବୃଦ୍ଧି ଘଟିଛି । ୨୦୧୫-୧୬ରେ ପ୍ରତି ହଜାରେ ପୁଅରେ ୯୧୯ ଝିଅ ଜନ୍ମ ହେଉଥିବା ବେଳେ ଏବେ ଏହି ସଂଖ୍ୟା ୯୨୯ ରେ ପହଞ୍ଚିଛି । ଜନ୍ମ ସମୟରେ ଝିଅଙ୍କ ସଂଖ୍ୟା ବୃଦ୍ଧି ଏବଂ ଲିଙ୍ଗ ଅନୁପାତରେ ଝିଅ ଅଧିକ ହେବା ନିଶ୍ଚିତ ରୂପେ ଏକ ବଡ଼ ସଫଳତା । ମହିଳା ସଶକ୍ତିକରଣ ଦିଗରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଠିକ୍ ଦିଗରେ ଚାଲିଛି ଓ ଏହାର ଉନ୍ନତ ଫଳ ମଧ୍ୟ ମିଳିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ବିକାଶ ଶେଲ କହିଛନ୍ତି।ଗୁରୁତ୍ବପୂର୍ଣ୍ଣ କଥା ହେଲା, ସହର ଅପେକ୍ଷା ଗାଁରେ ଲିଙ୍ଗ ଅନୁପାତରେ ଯଥେଷ୍ଟ ସୁଧାର ଦେଖିବାକୁ ମିଳିଛି । ଗ୍ରାମାଞ୍ଚଳରେ ପ୍ରତି ହଜାରେ ପୁରୁଷରେ ୧୦୩୭ ମହିଳା ଥିବା ବେଳେ ସହରରେ ପ୍ରତି ହଜାରେ ପୁରୁଷରେ ୯୮୫ ମହିଳା ରହିଛନ୍ତି । ଦେଶର ୨୩ ରାଜ୍ୟରେ ପୁରୁଷଙ୍କ ତୁଳାରେ ମହିଳା ସଂଖ୍ୟା ଅଧିକ ରହିଛି । ପ୍ରତି ହଜାରେ ପୁରୁଷରେ ଉତ୍ତରପ୍ରଦେଶରେ ୧୦୧୭ମହିଳା, ବିହାରରେ ୧୦୯୦, ରାଜସ୍ଥାନରେ ୧୦୦୯, ଛତିଶଗଡ଼ରେ ୧୦୧୫, ଝାରଖଣ୍ଡରେ ୧୦୫୦ ମହିଳା ଅଛନ୍ତି ।

Leave a Reply

Your email address will not be published. Required fields are marked *

Related Posts