ଫୁଟବଲ ମ୍ୟାଚ ଚାଲିଥିବା ବେଳେ ଆଖିବୁଜା ଗୁଳିମାଡ

SHARE NOW :
ୱାଶିଂଟନ(ଲାଇଭ ଓଡିଶା ନ୍ୟୁଜ): ଚାଲିଥିଲା ଫୁଟବଲ ମ୍ୟାଚ୍ । ଦର୍ଶକ ମାନେ ଖେଳାଳୀଙ୍କୁ ଉତ୍ସାହିତ କରିବା ସହିତ ମନଭରି ମ୍ୟାଚକୁ ଉପଭୋଗ କରୁଥିଲେ । ଠିକ୍ ଏହି ସମୟରେ ହୋଇଥିଲା ଆଖିବୁଜା ଗୁଳିମାଡ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ୱାଶିଂଟନର ଆମେରିକା ସହରରେ । ଶୁକ୍ରବାର ରାତିରେ ଫୁଟବଲ୍ ମ୍ୟାଚ୍ ଚାଲିଥିବା ବେଳେ ଦୁର୍ବୃତ୍ତମାନେ ଖେଳାଳିମାନଙ୍କ ଉପରେ ଆଖିବୁଜା ଗୁଳିମାଡ କରିଥିଲେ । ଏଥିରେ ପ୍ରାୟ ୪ଜଣ ଆହତ ହୋଇଥିବା ଜଣାପଡିଛି । ଗୁଳିମାଡ ହେବା ଜାଣି ଖେଳାଳି ମାନେ ପ୍ରାଣ ବିକଳରେ ଦୈଡିପଳାଇବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ସ୍ଥାନୀୟ ପୋଲିସର ସୂଚନା ଅନୁସାରେ ଆହତ ୪ଜଣଙ୍କ ମଧ୍ୟରୁ ଦୁଇ ଜଣ ନାବାଳକ, ତିନି ଜଣ ପୁରୁଷ ଓ ଜଣେ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତିକରାଯାଇଛି ।
More details: Multiple people shot at Mobile, Alabama, football stadium https://t.co/pEPV361B1R
— BNO News (@BNONews) October 16, 2021
ପୋଲିସର ସୂଚନା ଅନୁସାରେ, ଖେଳ ପଡିଆ ମଧ୍ୟରେ ପ୍ରାୟ ୭ରାଉଣ୍ଡ ଗୁଳି ମାଡ ହୋଇଥିଲା । ସେଥିମଧ୍ୟରୁ ୪ଟି ସେଲ ଜବତ କରାଯାଇଛି । ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଜଣଙ୍କୁ ସନ୍ଦେହ କରାଯାଉଥିବା ବେଳେ, ଏହି ଗୁଳିକାଣ୍ଡରେ ଆହୁରି ଅନେକ ଲୋକ ସାମିଲ ଥିବା ନେଇ ପୋଲିସ ସନ୍ଦେହ କରୁଛି ।