FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ବ୍ରାଜିଲରେ ବନ୍ୟା ଓ ଭୂ-ସ୍ଖଖଳ: ୨୪ ନିଖୋଜ, ମୃତ୍ୟୁ ସଂଖ୍ୟା ୯୧କୁ ବୃଦ୍ଧି

ବ୍ରାଜିଲରେ ବନ୍ୟା ଓ ଭୂ-ସ୍ଖଖଳ: ୨୪ ନିଖୋଜ, ମୃତ୍ୟୁ ସଂଖ୍ୟା ୯୧କୁ ବୃଦ୍ଧି

ବ୍ରାଜିଲରେ ବନ୍ୟା ଓ ଭୂ-ସ୍ଖଖଳ: ୨୪ ନିଖୋଜ, ମୃତ୍ୟୁ ସଂଖ୍ୟା ୯୧କୁ ବୃଦ୍ଧି
SHARE NOW :

ଭୁବନେଶ୍ୱର (ଲାଇଭ ଓଡ଼ିଶା): ବ୍ରାଜିଲରେ ବନ୍ୟା ଓ ଭୂ-ସ୍ଖଖଳ । ଏଥିରେ ମୃତ୍ୟୁ ସଂଖ୍ୟା ୯୧କୁ ବୃଦ୍ଧି ପାଇଛି । ଏନେଇ ପେରନୋମବୁକୋର ଅଧିକାରୀ ସୂଚନା ଦେଇଛନ୍ତି । ଏହାସହିତ ଏବେ ବି ୨୪ ଜଣ ନିଖୋଜ ରହିଛନ୍ତି । 

ସେହିପରି ରାଷ୍ଟ୍ରପତି ଜେୟର ବୋଲସେନାରୋ ପେରନୋମବୁକୋ ରାଜଧାନୀ ରସିଫ ଓ ଆଖପାଖ ଅଞ୍ଚଳକୁ ଆକାଶମାର୍ଗରୁ ପରିଦର୍ଶନ କରିଥିଲେ । ତେବେ ପ୍ରାକୃତିକ ଦୁର୍ବିପାକରେ ଲୋକଙ୍କ ମୃତ୍ୟୁକୁ ନେଇ ରାଷ୍ଟ୍ରପତି ଶୋକ ପ୍ରକଟ କରିଥିଲେ । ଏହାସହିତ ମୃତକଙ୍କ ପରିବାର ପ୍ରତି ଗଭୀର ଶୋକ ପ୍ରକାଶ କରିଛନ୍ତି । 

ସେପଟେ ଗତ ସପ୍ତାହରେ ପେରନୋମବୁକୋରେ ପ୍ରବଳ ବର୍ଷା ହୋଇଥିଲା । ଫଳରେ ଶୁକ୍ରବରା ଭୂସ୍ଖଳନ ହୋଇଛି । ଏଥିରେ କେତେକ ସହରାଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ଜାରି ରହିଛି ।

Leave a Reply

Your email address will not be published. Required fields are marked *

Related Posts