FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ
SHARE NOW :

ଆସାମ (ଲାଇଭ ଓଡିଶା ନ୍ୟୁଜ୍‌) :ଋଣ ଫେରସ୍ତ ନକରିବା ଅଭିଯୋଗରେ ଗିରଫ ହେଲେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ । ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ହିତେଶ୍ବର ସୈକିଆଙ୍କ ପୁଅ ଅଶୋକ ସୈକିଆଙ୍କୁ ଗିରଫ କରାଯାଇଛି । ପାଖାପାଖି ୯ ଲକ୍ଷ ଟଙ୍କା ଋଣ ଫେରସ୍ତ ନ କରିବା ଅଭିଯୋଗରେ ୨୫ ବର୍ଷର ପୁରୁଣା ମାମଲାରେ ସିବିଆଇ ଅଶୋକଙ୍କୁ ଗିରଫ କରିଛି । ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ, ବାରମ୍ବାର ନୋଟିସ ଦିଆଯିବା ପରେ ମଧ୍ୟ ଅଶୋକ ଅଦାଲତରେ ହାଜର ହୋଇ ନଥିଲେ। ତାଙ୍କ ନାଁରେ ଘଈଡ ଜାରି କରାଯାଇଥିଲା।

ଅଧିକାରୀ କହିଛନ୍ତି ଯେ, ସିବିଆଇର ଗୁଆହାଟୀ ଟିମ ଅଶୋକ ସୈକିଆଙ୍କୁ ପଚରାଉଚରା କରିବା ପରେ ଗିରଫ କରିଛି। ସୋମବାର ତାଙ୍କୁ ଅଦାଲତରେ ହାଜର କରାଯିବ। ଏସଂପର୍କରେ ପଚରାଉଚରା କରାଯିବା ପରେ ବଡ଼ ଭାଇ ଓ ଆସାମ ବିଧାନସଭାରେ ବିରୋଧୀ ନେତା ଦେବବ୍ରତ ସୈକିଆ କହିଛନ୍ତି ଯେ, ଅଶୋକ ସୈକିଆଙ୍କୁ ସିବିଆଇ ଅଧିକାରୀମାନଙ୍କ ଏକ ଟିମ ରବିବାର ନିଜ ସାଥିରେ ନେଇଯାଇଥିଲେ। ସୂଚନାଯୋଗ୍ୟ, ଅଶୋକ ସୈକିଆ ୧୯୯୬ରେ ଆସାମ ରାଜ୍ୟ ସରକାରୀ ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ ଲିମିଟେଡରୁ ଋଣ ନେଇଥିଲେ।

Leave a Reply

Your email address will not be published. Required fields are marked *

Related Posts