- Home
- »
- Breaking News
- »
- ଦୁଇ ଆଖିରେ ଦୁନିଆ ଦେଖିବେ ୪
ଦୁଇ ଆଖିରେ ଦୁନିଆ ଦେଖିବେ ୪

SHARE NOW :
(ଲାଇଭ ଓଡିଶା ନ୍ୟୁଜ): ଦୁଇ ଆଖିରେ ଦୁନିଆ ଦେଖିବେ ୪ଜଣ ଯୁବକ । ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ । ଏହାକୁ ସମ୍ଭବ କରି ଦେଖାଇଛି ଆମର ଅତ୍ୟାଧୁନିକ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା । ଗତକିଛିଦିନ ପୂର୍ବରୁ ଆମକୁ ଛାଡିଚାଲିଯାଇଥିବା କନ୍ନ୍ଡ ସୁପରଷ୍ଟାର ପୁନୀତ ରାଜକୁମାରଙ୍କ ଆଖିକୁ ପରିବାର ପକ୍ଷରୁ ଦାନ କରାଯାଇଛି । ତାଙ୍କରି ଆଖିରେ ଏଭଳି ଚମକାôର ହେବ । ନିଜେ ସିନା ଆଖି ବୁଝିଦେଲେ କିନ୍ତୁ ଅନ୍ୟଙ୍କୁ ଦୁନିଆ ଦେଖାଇ ଦେଲେ । ନିଜେ ସିନା ଇହଧାମ ତ୍ୟାଗ କରିଦେଲେ କିନ୍ତୁ ଅନ୍ୟଙ୍କୁ ଇହର ଦର୍ଶନ କରିବାର ସୁଯୋଗ ଦେଲେ । କନ୍ନଡ ସୁପରଷ୍ଟାର ପୁନୀତ ରାଜକୁମାର୍ଙ୍କ ବିୟୋଗରେ କର୍ଣ୍ଣାଟକ ସମେତ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି । ସେ କେବଳ ଅଭିନୟ ଜଗତର ନାୟକ ନଥିଲେ ସେ ଥିଲେ ଅସଲି ଦୁନିଆର ନାୟକ । ଏଭଳି ଜଣେ ମହାନ ବ୍ୟକ୍ତି,ଙ୍କ ମୃତ୍ୟୁରେ ସାରା ଜଗତ ସ୍ତବ୍ଧ ହୋଇଯାଇଛି । ପୁନୀତଙ୍କର ମହାନତା ଓ ଲୋକସେବା ପାଇଁ କର୍ଣ୍ଣାଟକରେ ସେ ବେଶ ପରିଚିତ । ବଂଚିଥିବା ବେଳେ ସେ ଯେମିତି ସମସ୍ତଙ୍କ ହୃଦୟରେ ରାଜ କରୁଥିଲେ ସେମିତି ବୃତ୍ୟୁ ପରେ ମଧ୍ୟ ସମସ୍ତଙ୍କ ହୃଦୟରେ ଜୀବିତ ରହିବେ । ମୃତ୍ୟୁ ପରେ ତାଙ୍କ ଆଖିରେ ଦୁନିଆ ଦେଖିବେ ୪ଜଣ । ହୁଏତ ଏହା ବିରଳ ବା ପ୍ରଥମ ଘଟଣା କି ଜଣଙ୍କ ଦୁଇ ଆଖିରେ ୪ଜଣ ଦୁନିଆ ଦେଖିପାରିବେ । କିନ୍ତୁ ଏହାକୁ ସମ୍ଭବ କରି ଦେଖାଇଛି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ନୂତନ ଡାକ୍ତରୀ ଜ୍ଞାନକୌଶଳ । ପୁନୀତଙ୍କ ୨ଆଖିରେ ୪ଜଣ ଯୁବକ ଦୃଷ୍ଟି ଶକ୍ତି ପାଇପାରିବେ । ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ପାଇଁ ଏମିତି ସମ୍ଭବ ହୋଇପାରିଛି ବୋଲି ନାରାୟଣ ନେତ୍ରାଳୟର ଅଧ୍ୟକ୍ଷ ଡାକ୍ତର ଭୁଜଙ୍ଗ ଶେଟ୍ଟୀ କହିଛନ୍ତି । ଶୁକ୍ରବାର ପୁନୀତଙ୍କ ମୃତ୍ୟୁ ପରେ ତାଙ୍କର ପରିବାର ଲୋକେ ତାଙ୍କର ଆଖି ଦାନ କରିବାକୁ ନିଷ୍ପତ୍ତି କରିଥିଲେ। ଅଧିକାଂଶ ସମୟରେ ଜଣେ ବ୍ୟକ୍ତିଙ୍କ ଦୁଇଟି ଆଖି ଦୁଇ ଜଣଙ୍କ ଶରୀରରେ ଲାଗେ। କିନ୍ତୁ ପୁନୀତଙ୍କ କ୍ଷେତ୍ରର ତାଙ୍କର ଦୁଇ ଆଖି ୪ ଜଣ ଯୁବକଙ୍କୁ ଦୃଷ୍ଟି ଶକ୍ତି ଦେଇଛି ବୋଲି କହିଛନ୍ତି ଡାକ୍ତର ଶେଟ୍ଟୀ।ଡାକ୍ତରଙ୍କ ଅନୁସାରେ, ନୂତନ ଡାକ୍ତରୀ ଜ୍ଞାନ କୌଶଳରେ ଏହି ପ୍ରତିରୋପଣ ହୋଇଛି। ପ୍ରତି ଆଖିରେ ଦୁଇ ଜଣ ରୋଗୀଙ୍କ ଚିକିତ୍ସା କରାଯାଇଛି। ପ୍ରଥମେ କର୍ନିଆର ବହିର୍ଭାଗ ଏବଂ ଭିତର ଭାଗକୁ ଅଲଗା କରାଯାଇ ଦୁଇ ରୋଗୀଙ୍କ ଠାରେ ପ୍ରତିରୋପଣ କରାଯାଇଛି। ସେହିଭଳି ସୁପରିଫିସିଆଲ ଅଂଶକୁ ଭାଗ କରାଯାଇ ଅନ୍ୟ ଦୁଇ ରୋଗୀଙ୍କ ଠାରେ ସଂଯୋଗ କରାଯାଇଛି। ଏହି ପରି ୪ ରୋଗୀ ପୁଣି ଥରେ ଦୁନିଆ ଦେଖିବାରେ ସମର୍ଥ ହୋଇଛନ୍ତି। ଏମିତି ଏକ ଅସ୍ତ୍ରୋପଚାର ମେଡିକାଲ ଇତିହାସରେ ବିରଳ ବୋଲି ଡାକ୍ତର ଶେଟ୍ଟୀ କହିଛନ୍ତି। ପୁନୀତଙ୍କ ଦୁଇ ଆଖି ପାଇଁ ୪ ଜଣ ଦୁନିଆ ଦେଖିବାରେ ସକ୍ଷମ ହୋଇଛନ୍ତି ତାହା ନୁହେଁ ତାଙ୍କ ଆଖିର ଧଳା ଅଂଶକୁ ଲ୍ୟାବୋରେଟୋରିରେ ରଖାଯାଇଛି। ଏହାକୁ ପରବର୍ତ୍ତୀ ସମୟରେ ଲିମ୍ବାଲ ଷ୍ଟେମ୍ ସେଲ୍ ଡେଫିସିଏନ୍ସି ଥିବା ରୋଗୀଙ୍କ ଠାରେ ପ୍ରତିରୋପଣ କରାଯିବ ବୋଲି ଜଣାପଡ଼ିଛି। ଏହି ଅସ୍ତ୍ରୋପଚାର ଡାକ୍ତର ରୋହିତ ଶେଟ୍ଟୀଙ୍କ ତତ୍ବବଧାନରେ ଡାକ୍ତର ଯତୀଶ ଶିବାନା, ଡାକ୍ତର ଶରୋନ ଡିସୌଜା ଏବଂ ଡାକ୍ତର ହର୍ଷ ନାଗରାଜ କରିଛନ୍ତି।