FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ଝିଅ ହେବା ଖୁସିରେ ବାଣ୍ଟିଲେ ୫୦ହଜାର ଗୁପଚୁପ୍

ଝିଅ ହେବା ଖୁସିରେ ବାଣ୍ଟିଲେ ୫୦ହଜାର ଗୁପଚୁପ୍

ଝିଅ ହେବା ଖୁସିରେ ବାଣ୍ଟିଲେ ୫୦ହଜାର ଗୁପଚୁପ୍
SHARE NOW :

ଭୋପାଳ, ୧୪.୯(ଲାଇଭ୍ ଓଡିଶା ନ୍ୟୁଜ୍‌): ଆଜିକାଲି ଝିଅ ଅପେକ୍ଷା ପୁଅ ହେଲେ ଅଧିକ ଖୁସି ହୋଇଥାନ୍ତି ଲୋକମାନେ ଏପରିକି ଲୋକେ କନ଼୍ୟା ସନ୍ତାନ ଦେଖି ତାକୁ ଅଲୋଡ଼ା ମଧ୍ୟ କରିଦେଇଥାନ୍ତି । ସାଧାରଣରେ ଦେଖିବାକୁ ବି ମିଳେ ଅଳିଆ ଗଦାରୁ କନ୍ୟା ସନ୍ତାନ ଉଦ୍ଧାର କଥା ।
ତେବେ ସମାଜରେ ଏବେ ବି ଏମିତି କିଛି ଲୋକ ଅଛନ୍ତି ଯେ ଝିଅ ହେବା ଖୁସିରେ ମିଠା ବାଂଟୁଛନ୍ତି କିଏ ମାଗଣାରେ ଖାଇବାକୁ ଦେଉଛନ୍ତି । ଠିକ୍ ସେହିପରି ଖବର ଆସିଛି ଭୋପାଳର କୋଲାର ଅଞ୍ଚଳରୁ । ଝିଅ ହେବା ଖୁସିରେ ଲୋକମାନଙ୍କୁ ମାଗଣାରେ ୫୦୦୦୦ ଗୁପଚୁପ୍ ଖାଇବାକୁ ଦେଇଛନ୍ତି ଅଂଚଲ ଗୁପ୍ତା ।

ଯଦିଓ ସେ ଜଣେ ଗୁପଚୁପ୍ ବେପାରୀ ତଥାପି ତାଙ୍କର ଏହି କାର୍ଯ୍ୟ ସମାଜ ପାଇଁ ଉଦାହରଣ ସାଜିଛି ଏବଂ ପୁଅ ଓ ଝିଅ ମଧ୍ୟରେ ଥିବା ପାର୍ଥକ୍ୟକୁ ଦୂର କରିଛି ।
ତାଙ୍କର ଏହି କାର୍ଯ୍ୟକୁ ନେଇ ଅନେକ ସ୍ଥାନରୁ ପ୍ରଶଂସାର ସୁଅ ମଧ୍ୟ ଛୁଟି ଆସିଛି । ପୁର୍ବରୁ ତାଙ୍କର ଏକ ପୁଅ ଥିବା ବେଳେ ଝିଅ ହେବା ପାଇଁ ସେ ଅନେକ ଆଶା କରିଥିଲେ ଏପରିକି ମନ୍ଦିରରେ ମଧ୍ୟ ଯାଇ ପୂଜାର୍ଚ୍ଚନା କରିଥିଲେ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts