FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ପଞ୍ଜଭୂତରେ ବିଲୀନ ହେଲେ ସିଡିଏସ୍ ବିପିନ୍ ରାୱତ

ପଞ୍ଜଭୂତରେ ବିଲୀନ ହେଲେ ସିଡିଏସ୍ ବିପିନ୍ ରାୱତ

ପଞ୍ଜଭୂତରେ ବିଲୀନ ହେଲେ ସିଡିଏସ୍ ବିପିନ୍ ରାୱତ
SHARE NOW :

ନୂଆଦିଲ୍ଲୀ(ଲାଇଭ ଓଡିଶା ବ୍ୟୁରୋ) : ବୀର ଯୋଦ୍ଧା ସିଡିଏସ ବିପିନ ରାୱତ ଙ୍କ ଶେଷ ଯାତ୍ରା ।ପଞ୍ଜଭୂତରେ ବିଲୀନ ହେଲେ ସିଡିଏସ୍ ବିପିନ୍ ରାୱତ । ଦିଲ୍ଲୀର ବରାର ସ୍କୋୟାରରେ ଶେଷ କୃତ୍ୟ ସଂମ୍ପର୍ଣ୍ଣ । ବୀର ଯୋଦ୍ଧାଙ୍କୁ ଦିଆଯିବ ୧୭ ତୋପର ସାଲ୍ୟୁଟ୍ ଦେଇ ଶେଷ ବିଦାୟ ଦେଉଛି ସାରା ଦେଶ । ସହିଦ ଯୋଦ୍ଧାଙ୍କୁ ଲୁହଭିଜା ଆଖିରେ ଶ୍ରଦ୍ଧାଞ୍ଜଳି ଦେଉଛି ସାରାଦେଶ । ସିଡିଏସ ବିପିନ ରାୱତ ଙ୍କ ଶେଷଯାତ୍ରାରେ ୮ଶହ ସୈନିକ ସାମିଲ ହୋଇଛନ୍ତି । ଶେଷଯାତ୍ରାଙ୍କୁ ଏସକର୍ଟ କରୁଛନ୍ତି ତିନି ସେନାର ୯୯ ଯବାନ । ଅନ୍ତିମ ଯାତ୍ରାରେ ୩୩ ଜଣିଆ ଟ୍ରାଇ ସର୍ଭିସ ବ୍ୟାଣ୍ଡ ସାମିଲ ହୋଇଛନ୍ତି । ହିନ୍ଦୁ ରୀତିନୀତିରେ ହେବ ରାୱତ ଦମ୍ପତୀଙ୍କ ଶେଷକୃତ୍ୟ ।ସେପଟେ ସିଡିଏସଙ୍କ ବାସଭବନରେ ପହଞ୍ଚି ଦମ୍ପତିଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଗୃହମନ୍ତ୍ରୀ ଅମିତ ଶାହା ଓ ଉଔଓ ଏନ ଭି ରମଣା । ସେପଟେ ମୃତ ସିଡିଏସ୍ ଓ ତାଙ୍କ ପତ୍ନୀଙ୍କ ସମେତ ୧୩ଜଣଙ୍କୁ ଅନ୍ତିମ ବିଦାୟ ଦେଉଛି ସାରାଦେଶ । ଦିଲ୍ଲୀ କ୍ୟାଣ୍ଟସ୍ଥିତ ବ୍ରାର ସ୍କୋୟାରଠାରେ ବ୍ରିଗେଡିୟର ଏଲ ଏସ୍ ଲିଡରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ୩ ସେନା ପ୍ରମୁଖଙ୍କ ସମେତ ଘଝଇ ଅଜିତ ଡୋଭାଲ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବ୍ରିଗେଡିଅରଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶେଷଦର୍ଶନ କରିଥିଲେ । ଶେଷକୃତ୍ୟ ସମୟରେ ବ୍ରିଗେଡିଅର ଲିଡରଙ୍କ ମାଆ, ପତ୍ନୀ ଓ ଝିଅ ଉପସ୍ଥିତ ଥିଲେ । ବ୍ରିଗେଡିଅରଙ୍କ ଝିଅ ମୁଖାଗ୍ନି ଦେଇଥିଲେ ।

Leave a Reply

Your email address will not be published. Required fields are marked *

Related Posts