- Home
- »
- Breaking News
- »
- ଜି-୨୦ ସମ୍ମିଳନୀ: ଇଟାଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ
ଜି-୨୦ ସମ୍ମିଳନୀ: ଇଟାଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ

SHARE NOW :
ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ପ୍ରଧାନମନ୍ତ୍ରୀ ମୋଦିଙ୍କ ଇଟାଲୀ ଗସ୍ତ । ଜି-୨୦ ସମ୍ମିଳନୀରେ ଯୋଗଦେବାକୁ ସେ ପଂହଚିଛନ୍ତି ଇଟାଲିରେ । ମୋଦି ପଂହଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଇଟାଲୀ ସମକକ୍ଷ ମାରିଓ ଦ୍ରାଘୀଙ୍କୁ ଭେଟିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଦ୍ରାଘୀ ରୋମ୍ର ପଲ୍ଳାଜୋ ଚିଗୀରେ ମୋଦୀଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏଠାରେ ଗାର୍ଡ ଅଫ ଅନର ଦିଆଯାଇଥିଲା। ଉଭୟ ନେତା ଏକ ବୈଠକରେ ଦ୍ବିପାକ୍ଷୀକ ଓ ବିକାଶମୂଳକ ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଆଜି ଭାଟିକାନ ସିଟିରେ ପୋପ୍ ଫ୍ୟାନ୍ସିସଙ୍କୁ ଭେଟିବାର କାର୍ୟ୍ୟକ୍ରମ ରହିଛି। ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ କରୋନା ଭାଇରସ ମହାମାରୀରେ ପ୍ରଭାବିତ ବିଶ୍ବର ଅର୍ଥ ବ୍ୟବସ୍ଥା ଓ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ପୁଣି ଥରେ ସ୍ବାଭାବିକ ସ୍ତରକୁ ଆଣିବା ପାଇଁ ଚର୍ଚ୍ଚା କରିବେ।