- Home
- »
- ଟ୍ରେଣ୍ଡିଙ୍ଗ ନ୍ୟୁଜ୍
- »
- ନିର୍ଦ୍ଦୋଷରେ ଖଲାସ ହେଲା ଗ୍ୟାଙ୍ଗଷ୍ଟର ଛୋଟା ରାଜନ
ନିର୍ଦ୍ଦୋଷରେ ଖଲାସ ହେଲା ଗ୍ୟାଙ୍ଗଷ୍ଟର ଛୋଟା ରାଜନ

SHARE NOW :
ମୁମ୍ବାଇ(ଲାଇଭ ଓଡିଶା ନ୍ୟୁଜ): ଦୀର୍ଘ ୩୮ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ ହେଲା ଗ୍ୟାଙ୍ଗଷ୍ଟର ଛୋଟା ରାଜନ । ଗ୍ୟାଙ୍ଗଷ୍ଟର ରାଜେନ୍ଦ୍ର ସଦାଶିଭ ନିକଲଜେ ଓରଫ ଛୋଟା ରାଜନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ସିବିଆଇର ସ୍ୱତନ୍ତ୍ର କୋର୍ଟ । ୧୯୮୩ ମସିହାରେ ପୋଲିସ ଉପରେ ଆକ୍ରମଣ କରାଯାଇଥିବା ଅଭିଯୋଗରେ ରାଜନକୁ ଗିରଫ କରାଯାଇଥିଲା । ଛୋଟା ରାଜନଙ୍କ ଅପରାଧୀକ ଜୀବନରେ ଏହି ମାମଲା ପ୍ରଥମ ଏଫଆଇଆର୍ ଥିଲା ।
ସୂଚନା ଅନୁଯାୟୀ, ୩୮ବର୍ଷ ପୂର୍ବେ ମଦ ଚୋରା ଚାଲାଣ ବେଳେ ୧୯୮୩ ମସିହାରେ ତିଲକ ନାଗର ପୋଲିସ ଷ୍ଟେସନର ଏକ ଟିମ୍ ଛୋଟା ରାଜନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଏହି ପୋଲିସ ଟିମରେ ଦୁଇଜଣ ଅଧିକାରୀ ଏବଂ ଚାରିଜଣ କନଷ୍ଟେବଳ ଥିବାବେଳେ କାରରେ ଅନ୍ୟ ଦୁଇଜଣ ସହଯୋଗୀ ଥିଲେ । ଚୋରା ମଦ ଚାଲାଣ ହେଉଥିବା ଟ୍ୟାକ୍ସିକୁ ଅଟକାଇବା ସମୟରେ ଛୋଟା ରାଜନ ଏକ ମାରଣାସ୍ତ୍ର ବାହାର କରି ପୋଲିସ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା । ତେବେ ପୋଲିସ ଛୋଟା ରାଜନ ଏବଂ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରିଥିବା ବେଳେ ଜଣେ ସହଯୋଗୀ ପଳାଇ ଯାଇଥିଲେ । ଛୋଟା ରାଜନଙ୍କ ସହ ଗିରଫ ହୋଇଥିବା ତାଙ୍କ ସହଯୋଗୀ ପରେ ନିର୍ଦ୍ଦୋଷରେ ଖଲାସ ହୋଇଥିବାବେଳେ ଛୋଟା ରାଜନ ଜାମିନରେ କୋର୍ଟରୁ ବାହାରକୁ ଯାଇଥିଲେ, କିନ୍ତୁ ରାଜନଙ୍କ ବିରୋଧରେ ଶୁଣାଣି ଚାଲିଥିଲା । ଆଉ ଏବେ ଗ୍ୟାଙ୍ଗଷ୍ଟର ରାଜନ ନିର୍ଦ୍ଦୋଷରେ ଖଲାସ ହୋଇଛି ।