- Home
- »
- Breaking News
- »
- ଆର୍ମି କ୍ୟାମ୍ପ୍ ଉପରେ ଗ୍ରେନେଡ ବିସ୍ଫୋରଣ
ଆର୍ମି କ୍ୟାମ୍ପ୍ ଉପରେ ଗ୍ରେନେଡ ବିସ୍ଫୋରଣ

SHARE NOW :
ପଠାନକୋଟ(ଲାଇଭ ଓଡିଶା ନ୍ୟୁଜ): ଆର୍ମି କ୍ୟାମ୍ପ୍ ଉପରକୁ ଗ୍ରେନେଡ ମାଡ । ପଞ୍ଜାବ ପଠାନକୋଟ ଆର୍ମି କ୍ୟମ୍ପ ଉପରେ ଗତକାଲି ବିଳମ୍ବିତ ରାତିରେ ତ୍ରିବେଣୀ ଗେଟ ନିକଟରେ ବିସ୍ଫୋରଣ ହୋଇଛି । ଡ୍ରୋନ କିମ୍ଭା ବେଲୁନ ଜରିଆରେ ସୀମା ସେପଟରୁ ବିସ୍ଫୋରକ ଆସିଥିବା ସନ୍ଦେହ କରାଯାଉଛି । ତେବେ କେମିତି ବିସ୍ଫୋରଣ ହେଲେ ଓ କେଉଁଠୁ ଆସିଲା ତାହାକୁ ନେଇ ପୋଲିସର ଛାନଭିନ ଆରମ୍ଭ ହୋଇଯାଇଛି । ସ୍ଥାନୀୟ ପୋଲିସ କର୍ମଚାରୀଙ୍କ ଦ୍ୱାରା ଗ୍ରେନେଡର କିଛି ଅଂଶ ଉଦ୍ଧାର କରାଯାଇଛି । ଗ୍ରେନେଡ ବିସ୍ଫୋରଣ ପରେ ସବୁ ଚେକ୍ ପୋଷ୍ଟରେ ପୋଲିସ୍ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇ ଚେକିଂକୁ କଡ଼ାକଡ଼ି କରାଯାଉଛି। ଗ୍ରେନେଡ ବିସ୍ଫୋରଣ ସ୍ଥଳ ନିକଟରେ ଥିବା ସିସିଟିଭି ଫୁଟେଜ ଦେଖି ତଦନ୍ତ ଚାଲିଥିବା ପଠାନକୋଟ୍ ଏସ୍ଏସପି ସୁରେନ୍ଦ୍ର ଲାମ୍ବା ସୂଚନା ଦେଇଛନ୍ତି । ଗତବର୍ଷ ଜୁନମାସରେ ଜମ୍ମୁ ସ୍ଥିତ ଏୟାରଫୋର୍ସ ଷ୍ଟେସନ ନିକଟରେ ଦୁଇଟି ଗ୍ରେନେଡ୍ ବିସ୍ଫୋରଣ ହୋଇଥିଲା , ଏଥିରେ ୨ଜଣ ଆହତ ହୋଇଥିଲେ । ପୂର୍ବରୁ ବି ପଠାନକୋଟ ଆତଙ୍କବାଦୀଙ୍କ ଟାର୍ଗେଟରେ ରହି ଆସିଛି। ୫ ବର୍ଷ ପୂର୍ବେ ପାଥାନକୋଟ ବାୟୁସେନା ଷ୍ଟେସନ ଉପରେ ୬ଜଣ ସଶସ୍ତ୍ର ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏଥିରେ ୭ ଜଣ ସୁରକ୍ଷା କର୍ମୀ ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା।