FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ଗୁଟଖା ଓ ପାନମସଲାର ବିକ୍ରି-ଉତ୍ପାଦନ ବନ୍ଦ

ଗୁଟଖା ଓ ପାନମସଲାର ବିକ୍ରି-ଉତ୍ପାଦନ ବନ୍ଦ

ଗୁଟଖା ଓ ପାନମସଲାର ବିକ୍ରି-ଉତ୍ପାଦନ ବନ୍ଦ
SHARE NOW :

ଚଣ୍ଡୀଗଡ଼,୨୮.୯ (ଲାଇଭ୍ ଓଡିଶା ନ୍ୟୁଜ୍‌) : ଏପରି ଆଇନ୍ ହୋଇଛି ହରିୟାଣାରେ । ୨୦୨୨ ସେପ୍ଟେମ୍ବର ଯାଏଁ ଗୁଟଖା ଓ ପାନମସଲାର ବିକ୍ରି-ଉତ୍ପାଦନ ବନ୍ଦ କରାଯାଇଛି ।

ସୁଚନା ମୁତାବକ ହରିୟାଣା ସରକାର ଆଗାମୀ ଏକ ବର୍ଷ ପାଇଁ ରାଜ୍ୟରେ ଗୁଟଖା ଓ ପାନମସଲାର ବ୍ରିକ୍ରି ତଥା ଉତ୍ପାଦନ ଉପରେ ରୋକ ଲଗାଇଛନ୍ତି ।

ରାଜ୍ୟ ସରକାର ୨୦୨୨ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ପାନ ମସଲା ଓ ଗୁଟଖା ବିକ୍ରି ଉପରେ କଟକଣା ଜାରି କରିଥିବା ବେଳେ ଏନେଇ ରାଜ୍ୟ ଫୁଡ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ ଏକ ବିଜ୍ଞପ୍ତି ପ୍ରକାଶ କରିଛି । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନୋଟିସ ଜିଲ୍ଲାପାଳ, ଏସ୍ପି ଓ ଖାଦ୍ୟ ନିରୀକ୍ଷକଙ୍କୁ ପଠାଯାଇଛି ।

ସୂଚନାଯୋଗ୍ୟ, କରୋନା ଭାଇରସ ସଂକ୍ରମର ବୃଦ୍ଧିକୁ ଦୃଷ୍ଟିରେ ରଖି ହରିୟାଣା ସରକାର ଗତବର୍ଷ ପାନମସଲା, ଗୁଟଖାର ବିକ୍ରି ଓ ଉତ୍ପାଦନକୁ ବନ୍ଦ କରିଥିଲେ । ରାଜ୍ୟ ସରକାର ସୋମବାର ନିଷ୍ପତ୍ତି ନେଇଛନ୍ତି ଯେ, ଗୁଟଖା ଓ ପାନ ମସଲା ବିକ୍ରି ଓ ଉତ୍ପାଦନ ଉପରେ ଲାଗୁ ହୋଇଥିବା କଟକଣା ଆହୁରି ଏକ ବର୍ଷ ପାଇଁ ବଳବତ୍ତର ରଖାଯିବ । ସରକାରଙ୍କ ନୂଆ ବିଜ୍ଞପ୍ତି ଜାରି ହେବା ପଯେ ଯଦି କେହି ଅସାଧୁ ଭାବେ ପାନମସଲା ଓ ଗୁଟଖା ବିକ୍ରି କରଥାନ୍ତି, ତା’ହେଲେ ଏହାକୁ ବେଆଇନ ଦର୍ଶାଯିବ ।

Leave a Reply

Your email address will not be published. Required fields are marked *

Related Posts