FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ଏସ-୪୦୦ ପରେ ଆସୁଛି ‘ହାମର ମିଜାଇଲ’

ଏସ-୪୦୦ ପରେ ଆସୁଛି ‘ହାମର ମିଜାଇଲ’

ଏସ-୪୦୦ ପରେ ଆସୁଛି ‘ହାମର ମିଜାଇଲ’
SHARE NOW :

ଲାଇଭ ଓଡିଶା ନ୍ୟୁଜ୍ ବ୍ୟୁରୋ : ଦୃଢ ହେବାକୁ ଯାଉଛି ଭାରତୀୟ ବାୟୁସେନା । ଏପଟେ ଭାରତକୁ ଏସ-୪୦୦ ମିଳିଥିବା ବେଳେ ସାମିଲ ହେବାକୁ ଯାଉଛି ଆଉ ଏକ ଅସ୍ତ୍ର । ଦେଶର ଶତ୍ରୁ ମାନଙ୍କ ପାଇଁ କାଳ ସାଜିବାକୁ ଯାଉଛି ଅନ୍ୟ ଏକ ମିଜାଇଲ । ବାଲାକୋଟ ଆକ୍ରମଣରେ ଯେତେବେଳେ ଆତଙ୍କବାଦୀ ଶିବିର ଉପରେ ଆଖିବୁଜା ବୋମା ବର୍ଷଣ କରି ଶତ୍ରୁ ଶିବିରକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଥିଲେ । ସେତେବଳେ ଭାରତୀୟ ବାୟୁସେନା ପାଖରେ ଶକ୍ତିଶାଳୀ ଅସ୍ତ୍ର ନଥିଲା । କିନ୍ତୁ ବର୍ତ୍ତମାନ ଭାରତୀୟ ବାୟୁସେନାରେ ସାମିଲ ହୋଇଛି ‘ହାମର ମିଜାଇଲ’ । ଯଦି ଶତ୍ରୁ ଉପରେ ପୁଣି ବାଲାକୋଟ ଭଳି ଆକ୍ରମଣ କରିବାକୁ ପଡେ ତାହେଲେ, ଏହି ମିଜାଇଲ୍ ଶତ୍ରୁ ପାଇଁ କାଳ ସାଜିବ । ଚୁଟକିରେ ଟାର୍ଗେଟକୁ ଧୁଳିସାତ୍ କରିଦେବ ।
ଏଲଏସିରେ ଭାରତ-ଚୀନ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଆଲୋଚନାରେ କୌଣସି ନିସ୍କର୍ସ ବାହାରୁନି, ସୀମାରେ ଡ୍ରାଗନ ତାର ମନମାନି ଚଳାଇଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଭାରତୀୟ ବାୟୁସେନାର ଅତ୍ୟାଧୁନିକ ଫାଇଟର ଜେଟ୍ ତେଜଶରେ ହାମର ମିଜାଇଲ ଖଞ୍ଜାଯାଇଛି । ହାମର ମିଶାଇଲ୍ ୭୦ କି.ମି ଦୂରରୁ ଶତ୍ରୁ ବଙ୍କର ଉପରେ ଆକ୍ରମଣ କରି ଧ୍ୱସ୍ତବିଧ୍ୱସ୍ତ କରିଦେବ । ବାୟୁସେନାର ବାହୁବଳି କୁହାଯାଉଥିବା ରାଫେଲରେ ବି ଏହି ମିଜାଇଲ ଖଞ୍ଜାଯାଇଛି ।
ଏହି ମିଜାଇଲର ଓଜନ ୩୪୦ କେଜି, ୧୦ ଫୁଟ୍ ଲମ୍ବା ରହିଛି । ଏଥିରେ ନାବିଗେସନ୍ ଏବଂ ଗାଇଡାନ୍ସ ସିଷ୍ଟମ୍ ଲାଗିଛି । ଏହାର ପଛ ପାଶ୍ୱର୍ରେ ମୁଖ୍ୟ ହତିଆୟାର୍ ଅର୍ଥାତ୍ ୨୫୦ କିଲୋଗ୍ରାମର ବିସ୍ଫୋଟକ ଲଗାଯାଇଛି । ହାମର ମିଜାଇଲରେ ସେକେଣ୍ଡ ପ୍ରତି ୨୭୫୦ ମିଟର ବେଗରେ ଗତିକରିବାର କ୍ଷମତା ରହିଛି । ୧୨୫, ୨୫୦, ୫୦୦ ଏବଂ ୧୦୦୦ କିଲୋଗ୍ରାମରେ ଏହି ମିଜାଇଲ ଆସୁଥିବା ବେଳେ ରାଫେଲ ଫାଇଟର ଜେଟରେ ୧୦୦୦ କିଲୋଗ୍ରାମର ହାମର ମିଜାଇଲ ଖଞ୍ଜାଯାଇଛି । ତେବେ ଫ୍ରାନ୍ସରୁ ଆସିଥିବା ହାମରର ଗତି ଏବଂ ମାରକ କ୍ଷମତାରୁ ଅନୁମାନ କରାଯାଇପାରେ ଏହା କେତେ ଘାତକ ହୋଇଥିବ ।

Leave a Reply

Your email address will not be published. Required fields are marked *

Related Posts