- Home
- »
- Breaking News
- »
- ହାପି ବାର୍ଥ ଡେ “କୋହଲି”
ହାପି ବାର୍ଥ ଡେ “କୋହଲି”

SHARE NOW :
(ଲାଇଭ ଓଡିଶା ନ୍ୟୁଜ): ଆଜି ୩୩ବର୍ଷରେ ପଦାର୍ପଣ କଲେ କ୍ରିକେଟ ଜଗତର ସୁପରଷ୍ଟାର ବିରାଟ କୋହଲି । ସେ ଏମିତି ଜଣେ ଖେଳାଳୀ ଯାହାଙ୍କ ନାଁ ସବୁ କ୍ରିକେଟ ପ୍ରେମୀଙ୍କ ହୃଦୟରେ ରହିଥାଏ । ସେ ଜଣେ ପ୍ରତିଭାବାନ୍ ଖେଳାଳୀ କିଛି ସନ୍ଦେହ ନାହିଁ । ଖୁବ କମ୍ ସମୟ ମଧ୍ୟରେ ସାରା ବିଶ୍ୱରେ ଭଲ କ୍ରିକେଟ ଖେଳାଳୀ ଭାବରେ ପରିଚିତ ହୋଇଯାଇଥିଲେ । ନିଜର ଅନନ୍ୟ ପ୍ରତିଭା ଓ ଚେହେରାକୁ ନେଇ ସମସ୍ତ ଯୁବପୀଢୀ ମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ବିରାଟଙ୍କ ଜନ୍ମ ୫ନଭେମ୍ବର ୧୯୮୮ରେ ଦିଲ୍ଲୀର ଏକ ପଂଜବୀ ପରିବାରରେ ହୋଇଥିଲା । ତାଙ୍କ ପିତା ପ୍ରେମ କୋହଲୀ ଏକ ଓକିଲ ଓ ତାଙ୍କ ମାତା ସରୋଜ କୋହଲି ଗୃହିଣୀ ଥିଲେ । ତାଙ୍କ ମାଙ୍କ କହିବାନୁସାରେ କୋହଲି ପିଲାବେଳୁ କ୍ରିକେଟ ଖେଳିବାକୁ ପସନ୍ଦ କରନ୍ତି । ସେ ପିଲାବେଳୁ ତାଙ୍କ ପିତା ଓ ଭାଇଙ୍କ ସହିତ କ୍ରିକେଟ ଖେଲନ୍ତି । ତାଙ୍କର ପ୍ରାଥମିକ ଶିକ୍ଷା ବିକାଶ ଭାରତୀ ପବ୍ଲିକ ସ୍କୁଲରେ ଆରମ୍ଭ ହୋଇଥିଲା । ଛୋଟବେଳୁ ତାଙ୍କର କ୍ରିକେଟ ପ୍ରତି ଆଗ୍ରହତା ଯୋଗୁ ତାଙ୍କ ପିତା ତାଙ୍କୁ ଦିଲ୍ଳୀର କ୍ରିକେଟ ଏକାଡେମୀରେ ନାମ ଲେଖାଇଥିଲେ । ଏଠାରେ ବିରାଟଙ୍କ ତାଙ୍କ ପ୍ରଥମ କୋଚ ରାଜକୁମାର ଶର୍ମା ଭେଟିଥିଲେ । ଯିଏ ବିରାଟଙ୍କ ଜୀବନୀ ବଦଳାଇଦେଇଥିଲେ । ବିରାଟ ଇଣ୍ଟରମିଡିଏଟ ପରେ ପାଠପଢା ଛାଡି ଖେଳକୁ ଅଧିକ ଗୁରୁତ୍ୱ ଦେଇଥିଲେ । ୨୦୦୨ବର୍ଷରେ ବିରାଟ ଅଣ୍ଡର ୧୫ ପାଇଁ ଦିଲ୍ଲୀରୁ ଖେଳର ଆରମ୍ଭ କରିଥିଲେ । ଏହାପରେ ୨୦୦୪ରେ ଅଣ୍ଡର ୧୭ପାଇଁ ମଧ୍ୟ ଚୟନ ହୋଇଥିଲେ । ଏହାପରେ ସେ କ୍ରିକେଟରେ ତାଙ୍କର ନୂଆ ପରିଚୟ ସୃଷ୍ଟି କରିଥିଲେ । ନିଜର ଖେଳର ଦକ୍ଷତା ଯୋଗୁ ଭାରତର ଅଣ୍ଡର ୧୯ ମ୍ୟାଚ ପାଇଁ ତାଙ୍କର ଚୟନ ହୋଇଗଲା । ଏହିଠାରୁ ଆରମ୍ଭ ହୋଇଯାଇଥିଲା ତାଙ୍କର କ୍ରିକେଟ ଜୀବନୀ । ପ୍ରଥମରୁ ହିଁ ୭ ବର୍ଷ ଭିତରେ ସେ ୱାନ୍ ଡେ ରେ ୨୩ଟି ଶତକ ଦେଇ ନିଜରକୁ ଏକ ଉତ୍ତମ ଖେଳାଳୀ ଭାବେ ପ୍ରମାଣ କରିସାରିଥିଲେ । ସେ ଆଜି ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ରେ ୨୩ ହଜାର ରନ୍ ରୁ ଅଧିକ କରି ସାରିଛନ୍ତି ଓ ଦୁନିଆର ସର୍ବଶ୍ରେଷ୍ଠ ୭ ଜଣ ବ୍ୟାଟସମ୍ୟାନ୍ ଙ୍କ ମଧ୍ୟରେ ନିଜର ନାମ ପକ୍କା କରିସାରିଛନ୍ତି । ବିରାଟ କୋହଲୀଙ୍କ କ୍ୟାପଟେନସିପ୍ ରେ ଟିମ୍ ୬୫ରୁ ୩୮ଟି ଟେଷ୍ଟ ଜିତିଛି । ୧୬ଟି ହାରିଛନ୍ତି । ଅନ୍ୟ କେହି ଭାରତୀୟ କ୍ୟାପଟେନ୍ ୩୦ଟି ଟେଷ୍ଟ ଜିତିପାରିନାହାନ୍ତି । ଅର୍ଥାତ୍ ନିଜରକୁ ସେ ଜଣେ ସଫଳ କ୍ୟାପଟେନ୍ ଭାବରେ ପ୍ରମାଣ କରିସାରିଛନ୍ତି । ଅନ୍ୟପଟେ ଧୋନୀ ନିଜ କ୍ୟାପଟେନ୍ କ୍ୟାରିୟର୍ ରେ ୨୭ଟି ଟେଷ୍ଟ ଜିତିଛନ୍ତି । କୋହଲୀଙ୍କ ରେକର୍ଡ ଇଣ୍ଟରନ୍ୟାସନାଲ୍ ଲେବଲ୍ ରେ ଖୁବ୍ ଭଲ ରହିଛି । ନିଜର ଉନ୍ନତମାନ ଖେଳ ପାଇଁ ସେ ଧୀରେ ଧୀରେ ସଫଳତାର ସିଡି ଚଢିଥିଲେ । ଏହାପରଠାରୁ ସେ କେବେବି ପଛକୁ ବୁଲି ଦେଖିନାହାନ୍ତି । ନିଜର ପ୍ରତିଭା ଓ ପରାକ୍ରମ ପାଇଁ ସେ ବହୁତ ଶୀଘ୍ର ଲୋକମାନ୍ଭକ ହୃଦୟରେ ବସିଗଲେ । ଆଜି ସେ ଭାରତୀୟ ଦଳ ତିନୋର୍ଟ ଫରମାଟର କ୍ୟପାଟନ ବନିଯାଇଛନ୍ତି । ସେ ସବୁବେଳେ କୁହନ୍ତି କି ମୁଁ କେବେବି ସାମ୍ନାରେ ଥିବା ଲୋକଙ୍କୁ ଦେଖେନି ସେ କେତେ ବଡ ଖେଳାଳୀ ମୁଁ କେବଳ ଏତିକି ଭାବେ ମୋ ପଛରେ ମୋର ହଜାର ଫ୍ୟନ୍ସଙ୍କର ଆର୍ଶୀବାଦ ଅଛି ।