FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୫କୋଟିର ସଂପତ୍ତିକୁ ବିମାନ ବନ୍ଦରରେ ଅଟକାଇଲା କଷ୍ଟମ ବିଭାଗ

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୫କୋଟିର ସଂପତ୍ତିକୁ ବିମାନ ବନ୍ଦରରେ ଅଟକାଇଲା କଷ୍ଟମ ବିଭାଗ

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୫କୋଟିର ସଂପତ୍ତିକୁ ବିମାନ ବନ୍ଦରରେ ଅଟକାଇଲା କଷ୍ଟମ ବିଭାଗ
SHARE NOW :

ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ପୁଣି ଅଡୁଆରେ ହାର୍ଦ୍ଦିକ ପାଣ୍ଡ୍ୟା । ଦୁଷ୍କର୍ମ ପରେ ପୁଣି ୫କୋଟିର ଦୁଇଟି ଘଂଟାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କର ୫କୋଟିର ଦୁଇଟି ଘଂଟାକୁ କଷ୍ଟମ ବିଭାଗ ଜବତ କରିଛି । ପାଣ୍ଡ୍ୟାଙ୍କ ପାଖରେ ଏହି ଘଂଟାର ବିଲ ନଥିଲା । ସେ ଏହି ଘଂଟାର ଡିକ୍ଲେୟାର ମଧ୍ୟ କରିନଥିଲେ । ଆଇସିସି ଟୁର୍ଣ୍ଣାମେଣ୍ଟରୁ ବାହାରିବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ରବିବାର ବିଳମ୍ବିତ ରାତିରେ ସ୍ବଦେଶ ଫେରିଥିଲେ। କିନ୍ତୁ ବିମାନବନ୍ଦରରେ ତାଙ୍କୁ କଷ୍ଟମ ବିଭାଗ ଅଟକାଇ ଦେଇଥିଲା ଓ ଦୁଇଟି ଘଣ୍ଟା ଜବତ କରିଥିଲା। ଘଣ୍ଟାର ଦାମ ୫ କୋଟି ଟଙ୍କା। ଟି-୨୦ କ୍ରିକେଟ ବିଶ୍ୱକପରେ ହାର୍ଦ୍ଦିକ ୩ଟି ମ୍ୟାଚରେ ମାତ୍ର ୬୯ ରନ କରିଥିଲେ। ନ୍ୟୁଜିଲ୍ୟାଣ୍ଡ ଓ ପାକିସ୍ତାନ ସହ ମ୍ୟାଚ ବେଳେ ସେ ମହତ୍ତ୍ୱପୂର୍ଣ୍ଣ ୱିକେଟ ହରାଇ ଦେଇ ଫ୍ଲପ୍ ପ୍ରମାଣିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *

Related Posts