FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ଆନ୍ଧ୍ରରେ ବର୍ଷାର ପ୍ରକୋପ, ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି

ଆନ୍ଧ୍ରରେ ବର୍ଷାର ପ୍ରକୋପ, ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି

ଆନ୍ଧ୍ରରେ ବର୍ଷାର ପ୍ରକୋପ, ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି
SHARE NOW :

ଅମରାବତୀ (ଲାଇଭ ଓଡିଶା ନ୍ୟୁଜ୍‌) : ବର୍ଷାର ତାଣ୍ଡବରେ ବେହାଲ ଆନ୍ଧ୍ରପ୍ରଦେଶ । ଲଗାଣ ବର୍ଷା ଏବେ ଭୟଙ୍କର ବନ୍ୟାର ରୂପ ନେଇଛି । ବିଷମ ବନ୍ୟାସ୍ଥିତି ଆଗରେ ହାର ମାନୁଛି ଆନ୍ଧ୍ର । ଏବେ ସୁଦ୍ଧା ୨୯ ଜଣ ପ୍ରାଣ ହରାଇବା ସହ ଶତାଧିକ ଲୋକ ନିଖୋଜ ଅଛନ୍ତି ।
ବର୍ଷାର ପ୍ରକୋପରେ ରୟାଲସୀମା ଅନ୍ତର୍ଗତ କଡ୍ଡପା, ଚିତ୍ତୋର, ଅନନ୍ତପୁର ଏବଂ କୁର୍ଣଣୁଲ ଜିଲ୍ଲାରେ ବିଶେଷ କ୍ଷୟକ୍ଷତି ହୋଇଛି ।

ପ୍ରବଳ ବର୍ଷା ଯୋଗୁଁ ଶନିବାର ରାତିରେ ଅନନ୍ତପୁର ଜିଲ୍ଲାରେ ବଡ ଅଘଟଣ ଘଟିଛି । ଏଠାରେ ଥିବା ଏକ ତିନି ମହଲା କୋଠା ଭୁଶୁଡି ଯିବା କାରଣରୁ ୬ ଜଣ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୯ ଜଣଙ୍କ ମୃତ୍ୟୁ ଖବର ଆସିଥିବାବେଳେ ସେଥିମଧ୍ୟରୁ କଡ୍ଡପା ଜିଲ୍ଲାରେ ୧୨, ଚିତ୍ତୋରରେ ୮, ଅନନ୍ତପୁରରେ ୭ ଏବଂ କୁର୍ଣ୍ଣୁଲରେ ୨ ଜଣ ମୃତକ ରହିଥିବା ଜଣାପଡିଛି ।ଗତ ଗୁରୁବାର ସନ୍ଧ୍ୟାରୁ ଆନ୍ଧ୍ରରେ ବର୍ଷା ଲାଗି ରହିଛି । ରାସ୍ତାଘାଟ ସବୁ ଜଳମଗ୍ନ ହେବା କାରଣରୁ ଅନେକ ସ୍ଥାନରେ ଯୋଗଯୋଗ ବିଚ୍ଛିନ୍ନ ହୋଇଯାଇଛି ।

ସେହିପରି ଉକ୍ତ ଚାରୋଟି ଜିଲ୍ଲାର ଶତାଧିକ ଲୋକେ ବନ୍ୟାଜଳରେ ଭାସିଯାଇଛନ୍ତି । ଉଦ୍ଧାର କାର‌୍ୟ୍ୟରେ ୯ଟି ଏନଡିଆରଏଫ ଟିମକୁ ମୁତୟନ କରାଯାଇଥିବାବେଳେ ନେଭି ହେଲିକାପ୍ଟର ମଧ୍ୟ ନିୟୋଜିତ ହୋଇଛି । ସେପଟେ ଲଗାଣ ବର୍ଷା ଯୋଗୁଁ ଚେୟୁରୁ ନଦୀ ବିପଦସଙ୍କେତ ଉପରେ ପ୍ରଭାହିତ ହେଉଛି । ଗତକାଲି ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ଆକାଶ ମାର୍ଗରୁ ବନ୍ୟାଞ୍ଚଳର ସର୍ଭେ କରିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts