FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. କାନ୍ଥ ପଡି ୪ଜଣ ପିଲା ସମତେ ୯ମୃତ

କାନ୍ଥ ପଡି ୪ଜଣ ପିଲା ସମତେ ୯ମୃତ

କାନ୍ଥ ପଡି ୪ଜଣ ପିଲା ସମତେ ୯ମୃତ
SHARE NOW :

ତାମିଲନାଡୁ(ଲାଇଭ ଓଡିଶା ନ୍ୟୁଜ): କୋଠାଘରର କାନ୍ଥ ପଡି ୪ଜଣ ପିଲାଙ୍କ ସମେତ ୯ଜଣଙ୍କର ମୃତ୍ୟୁ ଘଟିଛି । ଏଭଳି ଘଟଣା ଘଟିଛି ତାମିଲନାଡୁର ଭେଲୋର ଜିଲ୍ଲା ଅନ୍ତର୍ଗତ ପେରନାପଟ୍ଟୁ ଗ୍ରାମରେ । ତାମିଲନାଡୁରେ ଲଗାତାର ବର୍ଷା ଲାଗିରହିଥିବାରୁ ଏଭଳି ଅଭାବନୀୟ ଘଟଣା ଘଟିଛି । ତେବେ ଆହତ ବ୍ୟକ୍ତିମାନଙ୍କର ଆଡ଼ୁକ୍କମପାରାଇସ୍ଥିତ ଗୁଡ଼ିୟାତାମ୍ ସରକାରୀ ଡ଼ାକ୍ତରଖାନା ଏବଂ ଗଭର୍ଣ୍ଣମେଣ୍ଟ ଭେଲୋର ମେଡ଼ିକାଲ କଲେଜ ହସ୍ପିଟାଲରେ ଚିକିତ୍ସା ଚାଲିଛି । ବିଗତ କିଛି ଦିନ ହେଲାଣି ତାମିଲନାଡ଼ୁର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଘରଟି ସକାଳ ପ୍ରାୟ ୬ଟା ୩୦ରେ ଭୁଶୁଡ଼ି ପଡ଼ିଥିଲା । ବର୍ଷା ପାଣି ମାଡ଼ିଯାଇଥିବାରୁ ଏହି ଘରେ ପରିବାର ବର୍ଗଙ୍କ ସହ ଆଉ କିଛି ପଡ଼ୋଶୀ ରହୁଥିଲେ । ଖବର ପାଇ ତାମିଲନାଡ଼ୁ ଅଗ୍ନିଶମ ଓ ଉଦ୍ଧାରକାରୀ ସେବାର କର୍ମଚାରୀମାନେ ସେଠାରେ ପହଞ୍ଚିଥିଲେ । ସେଠାରୁ ୯ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଘଟଣରେ ଶୋକବ୍ୟକ୍ତ କରି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ୍ ମୃତ ବ୍ୟକ୍ତିଙ୍କ ପରିବାର ପ୍ରତି ୫ଲକ୍ଷ ଟଙ୍କା ଓ ଆହତ ବ୍ୟକ୍ତିଙ୍କ ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *

Related Posts