FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଆକାଶରୁ ଖସିଲା ପକ୍ଷୀଙ୍କ ମାଳମାଳ ଶବ, ସହରବାସୀ ଭୟଭୀତ

ଆକାଶରୁ ଖସିଲା ପକ୍ଷୀଙ୍କ ମାଳମାଳ ଶବ, ସହରବାସୀ ଭୟଭୀତ

ଆକାଶରୁ ଖସିଲା ପକ୍ଷୀଙ୍କ ମାଳମାଳ ଶବ, ସହରବାସୀ ଭୟଭୀତ
SHARE NOW :

ଲାଇଭ ଓଡିଶା ନ୍ୟୁଜ: ପୃଥିବୀରେ ବର୍ଷା ହେବା ସାଧାରଣତଃ କଥା ।ଏମିତିକି ବର୍ଷା ହେଲେ ମନ ଆନନ୍ଦିତ ହୋଇଯାଏ । କିନ୍ତୁ ଯଦି ଆକାଶରୁ ବର୍ଷା ବଦଳରେ ଅନ୍ୟ କିଛି ବରଷେ ତାହାଲେ କଣ ହେବ ? ଏଥିରେ ଭୟଭୀତ ହେବା ନିଶ୍ଚିନ୍ତ କଥା । ତେବେ ସ୍ପେନର ଫେରାଲ ସହରରେ ଏମିତି କିଛି ଘଟଣା ଘଟିଯାଇଛି ଯାହକୁ ନେଇ ଫେରାଲ ସହରବାସୀ ଭୟଭୀତ ହେବାସହ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏହି ସହରରେ ହଠାତ ଆକାଶରୁ ପକ୍ଷୀମାନଙ୍କ ମୃତ ଶରୀରର ବର୍ଷା ହୋଇଥିଲା । ଯାହାକୁ ଦେଖି ସହରବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏକାସାଙ୍ଗରେ ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୨୦୦ରୁ ଅଧିକ ପକ୍ଷୀଙ୍କ ମୃତ ଶରୀର ଅକାଶରୁ ଖସିପଡିଥିଲା । ଗତ ନଭେମ୍ବର ୨୬ ତାରିଖରେ ଏହି ଘଟଣାଟି ଘଟିଥିବା ବେଳେ ଏବେ ଏହା ଚର୍ଚ୍ଚାର୍ର ବିଷୟ ପାଲଟିଛି । ନର୍ଥ ୱେଷ୍ଟର୍ଣ୍ଣ ସ୍ପେନର ସହରରେ ସକାଳ ପାଖାପାଖି ୯ଟାରେ ମୃତ ପକ୍ଷୀଙ୍କର ବର୍ଷା ହେବାକୁ ଲାଗିଥିଲା । ଦେଖୁ ଦେଖୁ ରାସ୍ତାଘାଟ ଠାରୁ ଆରମ୍ଭ କରି ଛାତ ଓ କାର ଉପରେ ଦେଖିବାକୁ ମିଳିଥିଲା ପକ୍ଷୀମାନଙ୍କର ମାଳମାଳ ଶବ । ଏମିତିକି ସହରର କାର୍ଡୋନା ହସ୍ପିଟାଲ ବାହାରେ ପୁରା ଅଂଚଳରେ ପକ୍ଷୀଙ୍କ ଶବରେ ପୁରି ଯାଇଥିଲା । ସ୍ଥାନୀୟ ପ୍ରଶାସନ ମୃତ ପକ୍ଷୀଙ୍କ ଶରୀରକୁ ଏକାଠି କରି ପରୀକ୍ଷଣ ପାଇଁ ପଠାଇଥିବା ବେଳେ ସଠିକ ତଥ୍ୟ ସାମ୍ନାକୁ ଆସିପାରନାହିଁ । ତେବେ ଏକ ବିଶେଷ ସୁତ୍ର ଅନୁସାରେ ଏମିତି ଏକାବେଳେ ଏତେ ସଂଖ୍ୟକ ପକ୍ଷୀ ମରି ପଡିବାର କାରଣ ପେଟ୍ରୋକେମିକଲ ପ୍ଲାଂଟରୁ ବାହାରୁଥିବା ବିଷାକ୍ତ ଗ୍ୟାସ ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *

Related Posts