FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ଜାମ୍ମୁ-କାଶ୍ମୀର ବାୟୁସେନା କ୍ୟାମ୍ପ ଉପରେ ଡ୍ରୋନ୍ ଆକ୍ରମଣ

ଜାମ୍ମୁ-କାଶ୍ମୀର ବାୟୁସେନା କ୍ୟାମ୍ପ ଉପରେ ଡ୍ରୋନ୍ ଆକ୍ରମଣ

ଜାମ୍ମୁ-କାଶ୍ମୀର ବାୟୁସେନା କ୍ୟାମ୍ପ ଉପରେ ଡ୍ରୋନ୍ ଆକ୍ରମଣ
SHARE NOW :

ଦିଲ୍ଲୀ(ଲାଇଭ୍ ଓଡ଼ିଶା ନ୍ୟୁଜ୍‌): ଆଜି ସକାଳେ ଜାମ୍ମୁ ବାୟୁସେନା ଷ୍ଟେସନରେ ଦୁଇଟି ବିସ୍ଫୋରଣ ଘଟିଛି। ତେବେ ଭାରତୀୟ ସାମରିକ କେନ୍ଦ୍ର ଉପରେ ପ୍ରଥମ ଡ୍ରୋନ୍ ଆକ୍ରମଣ। ଭାରତୀୟ ବାୟୁସେନା (ଆଇଏଏଫ୍) ଅନୁସନ୍ଧାନ କରୁଛି। ପାଞ୍ଚ ମିନିଟ୍ ବ୍ଯବଧାନ ମଧ୍ୟରେ ରାତି 2 ଟା ପୂର୍ବରୁ ଘଟିଥିବା ବିସ୍ଫୋରଣରେ ଦୁଇଜଣ ବାୟୁସେନା କର୍ମଚାରୀ ସାମାନ୍ୟ ଆହତ ହୋଇଛନ୍ତି।

ବିସ୍ଫୋରଣ ପରେ ନ୍ୟାସନାଲ ବମ୍ ଡାଟା ସେଣ୍ଟର ବିଶେଷଜ୍ଞ, ଫରେନସିକ୍ ଟିମ୍ ଏବଂ ଜାମ୍ମୁ କାଶ୍ମୀର ପୋଲିସ କଡା ସୁରକ୍ଷା ଭିତରେ ବିମାନବନ୍ଦରକୁ ଯାଇଥିଲେ। ଗୋଟିଏ ବିସ୍ଫୋରଣରେ ବୈଷୟିକ ବିଭାଗରେ ଥିବା କୋଠାର ଛାତରେ କ୍ଷତି ଘଟିଥିବା ବେଳେ ଅନ୍ୟ ଏକ ବୋମା ଖୋଲା ଅଞ୍ଚଳରେ ବିସ୍ଫୋରଣ ହୋଇଛି।

ପାକିସ୍ତାନ ସୀମାଠାରୁ ପ୍ରାୟ 16 କିଲୋମିଟର ଦୂରରେ ଥିବା ବିମାନବନ୍ଦରରେ ଏକ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏଏନଆଇ) ଦଳ ମଧ୍ୟ ଅଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବାୟୁସେନା ଉପାଧ୍ୟକ୍ଷ ଏୟାର ମାର୍ଶଲ ଏଚଏସ ଆରୋରା ସହ କଥା ହୋଇଛନ୍ତି ଏବଂ ଏୟାର ମାର୍ଶଲ ବିକ୍ରମ ସିଂ ଜାମ୍ମୁରେ ରହିବେ ବୋଲି ମନ୍ତ୍ରଣାଳୟର ଅଧିକାରୀମାନେ କହିଛନ୍ତି।

Leave a Reply

Your email address will not be published. Required fields are marked *

Related Posts