- Home
- »
- Breaking News
- »
- କ୍ରିକେଟରେ କୁକୁର କରୁଛି ଚମତ୍କାର, ୱିକେଟ କିପିଂ ସହ ଫିଲ୍ଡିଂ କରୁଛି
କ୍ରିକେଟରେ କୁକୁର କରୁଛି ଚମତ୍କାର, ୱିକେଟ କିପିଂ ସହ ଫିଲ୍ଡିଂ କରୁଛି

SHARE NOW :
ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ଏବେ କୁକୁର ମାନଙ୍କର ହେବ କ୍ରିକେଟ ମ୍ୟାଚ୍ । କୁକୁର ମାନେ ମଧ୍ୟ ଦେଖାଇବେ ଦମଦାର ଖେଳ । ଫିଲ୍ଡିଂଠୁ ଆରମ୍ଭ କରି ୱିକେଟ କିପିଂ ପର୍ଯ୍ୟନ୍ତ ସବୁଥିରେ ଦେଖାଇବେ ତାଙ୍କର କଳା କୌଶଳ । ଆଗରୁ ଆପଣମାନେ କୁକୁର ମାନଙ୍କୁ ବଲ ଗୋଟାଇବା ସହ କ୍ରିକେଟରେ ଜଡିତ ଥିବା ଦେଖିଥିବେ । କିନ୍ତୁ ଆଜି ଆମେ ଆପଣମାନଙ୍କୁ ଦେଖାଇବୁ ଏମିତି ଏକ ଭିଡିଓ ଯାହା ଆପଣଙ୍କୁ ମାଜାଦାର ଲାଗିବ । ଭିଡିଟିରେ ଦେଖିବାକୁ ମିଳୁଛିକି ଜଣେ କୁକୁର ଫିଲ୍ଡିଂ କରିବା ସହିତ ୱିକେଟ କିଫିଂ ମଧ୍ୟ କରୁଛି । ପୁଣି ଏହି କୁକୁର ଜଣକ କୌଣସି ପ୍ରଶିକ୍ଷଣ ନେଇନଥିବା ବେଳେ ବୁଲା କୁକୁର ସଦୃଶ । କାହାର ପୋଷା କୁକୁର ହୋଇନଥିବା ବେଳେ ଏଣେତେଣେ ବୁଲି ନିଜର ଭୋକ ମେଣ୍ଟାଇଥାଏ । ତେବେ ଏହି ଭିଡିଓଟିକୁ ଭାରତର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ଏମିତି ଏକ ଭିଡିଓ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଯାହାକୁ ମାତ୍ର ୪-୫ ଘଣ୍ଟା ମଧ୍ୟରେ ଦେଢ଼ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ପାଖାପାଖି ୩୦୦୦ରୁ ୟୁଜର୍ସ ଏହାକୁ ଲାଇକ୍ ମଧ୍ୟ କରିଛନ୍ତି । ଖାଲି ସେତିକି ନୁହେଁ ଏହାକୁ ହଜାର ହଜାର ଲୋକ ରିଟ୍ୱିଟ୍ ମଧ୍ୟ କରିଛନ୍ତି । ବହୁତ ଲୋକ ଏହି ଭିଡିଓକୁ ପସନ୍ଦ କରୁଛନ୍ତି । ଭିଡିଓଟିକୁ ଦେଖିଲେ ଲାଗୁଛି ଯେ, ଗୋଟିଏ କୁକୁର କ୍ରିକେଟ୍ ଖେଳୁଛି । ତେବେ ପୋଷା କୁକୁର କ୍ରିକେଟ୍ ଖେଳିବା କିଛି ନୂଆ କଥା ନୁହେଁ । କିନ୍ତୁ ଏଠି କୁକୁର ୱିକେଟ୍ କିପିଂ କରୁଛି ଏବଂ ଫିଲ୍ଡିଂ ମଧ୍ୟ କରୁଛି । ଯାହା ନିଶ୍ଚିତ ଭାବେ ଆଶ୍ଚର୍ୟ୍ୟଜନକ । ବୋଲର ବୋଲିଂ କଲା ବେଳେ କୁକୁର ୱିକେଟ୍ କିପିଂ କରୁଛି । ଆଉ ବ୍ୟାଟ୍ରେ ବଲ୍ ବାଜିବା ପରେ କୁକୁର ନିଜେ ଦୌଡ଼ି ଯାଇ ବଲ୍ ଧରୁଛି ବା ଫିଲ୍ଡିଂ କରୁଛି । ତେବେ ସବୁଠାରୁ ବଡ଼ କଥା ହେଲା ଏହି କୁକୁର କୌଣସି ବଡ଼ ବଡ଼ିଆଙ୍କର ପୋଷା ନୁହେଁ । ଯିଏ କି ଟ୍ରେନିଂ ପାଇ କ୍ରିକେଟ୍ ଖେଳୁଛି । ଯେଉଁମାନଙ୍କ ସହ କୁକୁର ଖେଳୁଛି ସେମାନେ ମଧ୍ୟ କୌଣସି ସହର କିମ୍ବା ଅଭିଯାତ୍ୟ ପରିବାରର ଭଳି ଲାଗୁନାହାନ୍ତି । ଏହି ଭିଡିଓଟି ଗାଁ ଗହଳିର ଗଳି କନ୍ଦି କିମ୍ବା ବାରିପଟ ରାସ୍ତାରେ ଖେଳାଯାଉଥିବା କ୍ରିକେଟ୍ ଭଳି ଦେଖାଯାଉଛି । ଏହି ଭିଡିଓ ପୋଷ୍ଟ କରି ସଚିନ ତେନ୍ଦୁଲକର କ୍ୟାପସନରେ ଲେଖିଛନ୍ତି, ‘ଏହି ଭିଡିଓ ଜଣେ ବନ୍ଧୁଙ୍କଠାରୁ ପାଇଲି । ଭିଡିଓ ଦେଖିବା ପରେ ମୁଁ କହିବି, ଏହା ହେଉଛି ବଲ୍ ଧରିବାର ଜବରଦସ୍ତ କୌଶଳ । ଆମେ କ୍ରିକେଟରେ ୱିକେଟ୍ କିପର, ଫିଲ୍ଡର ଏବଂ ଅଲରାଉଣ୍ଡରଙ୍କୁ ଦେଖିଛୁ, କିନ୍ତୁ ଏଠାରେ ଏହି କୁକୁରର ଭୁମିକାକୁ କ’ଣ ନାଁ ଦିଆଯାଇପାରେ । ସଚିନ୍ ଏଥିରେ ଏକ ସ୍ମାଇଲ ଇମୋଜି ମଧ୍ୟ ସେୟାର କରିଛନ୍ତି । ଏହାପୂର୍ବରୁ ଏଭଳି ଅନେକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି ।