- Home
- »
- Breaking News
- »
- ଦେଶରେ ଗତ ୨୪ଘଣ୍ଟାରେ ନୂଆ ୧୨,୯୫୮ କରୋନା ଆକ୍ରାନ୍ତ ଚିହ୍ନଟ
ଦେଶରେ ଗତ ୨୪ଘଣ୍ଟାରେ ନୂଆ ୧୨,୯୫୮ କରୋନା ଆକ୍ରାନ୍ତ ଚିହ୍ନଟ

SHARE NOW :
ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ଦେଶରେ କରୋନା ଗ୍ରାଫ ନିମ୍ନଗାମୀ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୨ ହଜାର ୯୫୮ ଜଣ ଲୋକ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ଦେଶରେ ୧୪ ହଜାର ୭୫୫ ଜଣ କରୋନାରୁ ସୁସ୍ଥ ହୋଇଥିଲା ବେଳେ ୪୪୬ ଜଣଙ୍କର ମୃତ୍ୟୁ ହୋଇଛି। ସ୍ବାସ୍ଥ୍ୟ ଭିତ୍ତିଭୂମି ପାଇଁ ପର୍ୟ୍ୟାପ୍ତ ବ୍ୟବସ୍ଥା ଥିଲେ ବି ଦେଶରେ କରୋନା ଭାଇରସ ସଂକ୍ରମଣ ବ୍ୟାପିବାରେ ବିରାମ ଲାଗୁନାହିଁ। ବ୍ୟାପକ ସତର୍କତା ଅଭିଯାନ, ଟିକାକରଣ ଓ ଅନ୍ୟ ଅବଶ୍ୟକ ପଦକ୍ଷେପ ନିଆଯିବା ସତ୍ତ୍ବେ ସଂକ୍ରମଣ ବଢ଼ିଚାଲିଛି। ଦେଶରେ ଆଜି ପର୍ୟ୍ୟନ୍ତ ୩ କୋଟି ୪୨ ଲକ୍ଷ ୭୨ ହଜାର ୬୭୭ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି। ଏଥିରୁ ୩ କୋଟି ୩୬ ଲକ୍ଷ ୪୮ ହଜାର ୧୭୯ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ୪ ଲକ୍ଷ ୫୮ ହଜାର ୨୧୯ ଲୋକ କରୋନାଜନିତ ମୃତ୍ୟୁ ହୋଇଥିବା ବେଳେ ଏବେ ୧ ଲକ୍ଷ ୬୬ ହଜାର ୨୭୯ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି।