FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ପ୍ରଦୂଷଣକୁ ଆଖିରେ ରଖି ଦିଲ୍ଲୀରେ ପେଟ୍ରୋଲ ଡିଜେଲ ଗାଡିକୁ ମିଳିବନି ଅନୁମତି

ପ୍ରଦୂଷଣକୁ ଆଖିରେ ରଖି ଦିଲ୍ଲୀରେ ପେଟ୍ରୋଲ ଡିଜେଲ ଗାଡିକୁ ମିଳିବନି ଅନୁମତି

ପ୍ରଦୂଷଣକୁ ଆଖିରେ ରଖି ଦିଲ୍ଲୀରେ ପେଟ୍ରୋଲ ଡିଜେଲ ଗାଡିକୁ ମିଳିବନି ଅନୁମତି
SHARE NOW :

ନୂଆଦିଲ୍ଲୀ (ଲାଇଭଓଡିଶା ବ୍ୟୁରୋ): ଦିଲ୍ଲୀରେ ଥମୁନି ପ୍ରଦୂଷଣ ର ମାତ୍ରା ଦିନକୁ ଦିନ ବଢିଚାଲିଛି ପ୍ରଦୂଷଣ । ରାଜଧାନୀ ଦିଲ୍ଲରେ ଏବେବି ବାୟୁ ଗୁଣବତ୍ତା ଅତି ଖରାପ ସ୍ତରରେ ରହିଛି । ତେବେ ଦିଲ୍ଲୀର ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଆଜିଠାରୁ ଲାଗୁ ହେଲା କଡା ନିୟମ । ଦିଲ୍ଲୀ ଭିତରେ ପ୍ରବେଶ କରିବା ଲାଗି କେବଳ ସିଏନଜି ଓ ଇଲେକ୍ଟ୍ରିକ ଯାନକୁ ମିଳିବ ଅନୁମତି । ପେଟ୍ରୋଲ ଓ ଡିଜେଲ ଚାଳିତ ଗାଡିଗୁଡିକର ପ୍ରବେଶ ଉପରେ କଟକଣା ଲାଗୁ କରିଛନ୍ତି ଦିଲ୍ଲୀ ସରକାର । ଏହି ନିୟମ ଆସନ୍ତା ଡିସେମ୍ବର ୩ ତାରିଖ ଯାଏ ବଳବତ୍ତର ରହିବ । ପ୍ରଦୂଷଣ ମୁକାବିଲା ଲାଗି ଗତ ୨୪ ତାରିଖ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିଲା । ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଥିଲେ ପ୍ରଦୂଷଣ ରୋକିବାକୁ ସରକାର ଏହି ନିଷ୍ପତି ନେଇଛନ୍ତି । ନିଷ୍ପତ୍ତି ଅନୁସାରେ କେବଳ ଜରୁରୀକାଳୀନ ସାମଗ୍ରୀ ପରିବହନ କାର‌୍ୟ୍ୟରେ ନିୟୋଜିତ ଗାଡିକୁ ଛାଡିଦେଲେ ଅନ୍ୟ ସମସ୍ତ ପେଟ୍ରୋଲ ଓ ଡିଜେଲଚାଳିତ ଯାନର ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି । ଦୀପାବଳି ପରେ ଦିଲ୍ଲୀର ବାୟୁ ଗୁଣବତ୍ତା ସାଧାରଣ ସ୍ତରକୁ ଆସିବ ବୋଲି ଆଶା କରାଯାଉଥିଲା । ମାତ୍ର ଦୁଇ ସପ୍ତାହ ପରେ ବି ଏକ୍ୟୁଆଇ ସୁଧୁରୁନାହିଁ । ଦିଲ୍ଲୀର ଏକ୍ୟୁଆଇ ପୂର୍ବବତ ୩୬୮ରେ ହିଁ ରହିଛି । ପ୍ରଦୂଷଣ ନିୟନ୍ତ୍ରଣ ଲାଗି ଗତ ୧୮ ତାରିଖରେ ବାହାର ରାଜ୍ୟର ଟ୍ରକ, ଦିଲ୍ଲୀ ଭିତରେ ପ୍ରବେଶ କରିବା ନେଇ ସରକାର କଟକଣା ଜାରି କରାଯାଇଥିଲା । କିନ୍ତୁ ପ୍ରଦୂଷଣ ମାତ୍ରା କୁ ଆୟତ କରିବାପାଇଁ ବର୍ତ୍ତମାନ ଦିଲ୍ଲୀରେ ପେଟ୍ରୋଲ ଡିଜେଲ ଚାଳିତ ଗାଡି ପ୍ରବେଶ ଅନୁମତି ମିଳିବ ନାହିଁ ।

Leave a Reply

Your email address will not be published. Required fields are marked *

Related Posts