FOLLOW US ON SOCIAL

  1. Home
  2. »
  3. ଟ୍ରେଣ୍ଡିଙ୍ଗ ନ୍ୟୁଜ୍
  4. »
  5. ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର

ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର

ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର
SHARE NOW :

ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ଗତ ଦୁଇ ଦିନର ବ୍ୟବଧାନ ପରେ ଆଜି ପୁଣି ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପାଇଛି । ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତ୍ୟେକ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇଛି। ଏହି ମୂଲ୍ୟ ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦୫ ଟଙ୍କା ୪୯ ପଇସା ଥିବା ବେଳେ ଡିଜେଲ ଲିଟର ପିଛା ୯୪ ଟଙ୍କା ୨୨ ପଇସା ରହିଛି। ମୁମ୍ବାଇରେ ପେଟ୍ରୋଲର ମୂଲ୍ୟ ୧୧୧ ଟଙ୍କା ୪୩ ପଇସା ଥିବା ବେଳେ ଡିଜେଲ ମୂଲ୍ୟ ୧୦୨ ଟଙ୍କା ୧୫ ପଇସା ରହିଛି। ଏହା ଭିତରେ ଓଡିଶାର ରାଜଧାନୀ ଭୁବନେଶ୍ୱରରେ ଡିଜେଲ ମୂଲ୍ୟ ଲିଟର ପିଛା ୧୦୨ ଟଙ୍କା ୭୭ ପଇସା ଓ ପେଟ୍ରୋଲ ମୂଲ୍ୟ ୧୦୬ ଟଙ୍କା ୪୨ ପଇସା କୁ ବୃଦ୍ଧି ପାଇଛି।


ଲଗାତାର ଭାବେ ବଢିଚାଲୁଥିବା ତୈଳଦରକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଲାଣି । ଗରିବ ମଜୁରିଆ ଓ ଖଟିଖିଆ ମାନଙ୍କ ଉପରେ ଏହାର ପ୍ରଭାବ ଅଧିକ ମାତ୍ରାରେ ଦେଖାଯାଉଛି । ତେବେ ଏହି ଦର ବୃଦ୍ଧି ଉପରେ କେବେ ରୋକ୍ ଲାଗିବ ସେନେଇ ଅପେକ୍ଷାରତ ସାରା ଦେଶବାସୀ ।

Leave a Reply

Your email address will not be published. Required fields are marked *

Related Posts