FOLLOW US ON SOCIAL

  1. Home
  2. »
  3. ଦେଶ-ବିଦେଶ
  4. »
  5. ଚୀନ ବିରୁଦ୍ଧରେ ଭାରତର ପ୍ରସ୍ତୁତି

ଚୀନ ବିରୁଦ୍ଧରେ ଭାରତର ପ୍ରସ୍ତୁତି

ଚୀନ ବିରୁଦ୍ଧରେ ଭାରତର ପ୍ରସ୍ତୁତି
SHARE NOW :

ନୂଆଦିଲ୍ଲୀ (ଲାଇଭ୍ ଓଡିଶା ନ୍ୟୁଜ୍ ) : ଚୀନକୁ ଟକ୍କର ଦେବ ଭାରତ । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ସମୁଦ୍ରରେ ଚୀନକୁ ଟକ୍କର ଦେବାକୁ ଭାରତ କରୁଛି ପ୍ରସ୍ତୁତି । ଚୀନର ମୁକାବିଲା ପାଇଁ ଭାରତୀୟ ନୌସେନା ଗୋଟାଉଛି ବଳ । ଏମିତି ସମୟରେ ନୌସେନାକୁ ମିଳିଛି ସ୍ବଦେଶୀ ଜ୍ଞାନକୌଶଳରେ ତିଆରି ପ୍ରଥମ ଗାଇଡେଡ ମିସାଇଲ ଡେଷ୍ଟ୍ରୟର INS ବିଶାଖାପାଟନମ୍ । ବିଧ୍ବଂସକ INS ବିଶାଖାପାଟନମ୍ ସମୁଦ୍ରରେ ରହି ଭାରତୀୟ ସୀମାକୁ ସୁରକ୍ଷିତ କରିବା ସହ ଶତ୍ରୁଙ୍କୁ ନିପାତ କରିବାକୁ ସକ୍ଷମ
INS ବିଶାଖାପାଟନମ୍ ମାଜଗାଓଁ ଡକ୍ସରେ ନିର୍ମାଣ କରାଯାଇଛି । ୨୦୧୧ରେ ଏହାର କଣ୍ଟ୍ରାକ୍ଟ ଦିଆଯାଇଥିଲା । ୩ ବର୍ଷ ବିଳମ୍ବରେ ଗତ ଗୁରୁବାର INS ବିଶାଖାପାଟନମକୁ ନୌସେନାକୁ ପ୍ରଦାନ କରାଯାଇଛି ।
INS ବିଶାଖାପାଟନମ୍ ପରି ଆଉ ୩ଟି ଗାଇଡେଡ ମିସାଇଲ ଡେଷ୍ଟ୍ରୟର ତିଆରି କରୁଛି ଭାରତ । ଏସବୁର ଓଜନ ୭୪୦୦ ଟନ୍ ଲେଖାଏଁ ରହିବ । ଯାହାର ନାଁ INS ମୁରଗାଓଁ, INS ଇମ୍ଫଲ ଓ INS ସୁରତ ରଖାଯାଇଛି । କିଛି ବର୍ଷ ମଧ୍ୟରେ ଏହା ଭାରତୀୟ ନୌସେନାରେ ସାମିଲ ହୋଇଯିବେ । ଏଗୁଡ଼ିକୁ ନିର୍ମାଣ କରିବାରେ ୩୫ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳ କରିଛି ।
INS ବିକ୍ରମାଦିତ୍ୟ ଏବେ ଭାରତୀୟ ନୌସେନାରେ ଏକମାତ୍ର ଏୟାରକ୍ରାପ୍ଟ ଭାବେ ସେବା ଦେଉଛି । ୪୪ ହଜାର ୫୦୦ ଟନ୍ ଓଜରର ଏହି ଏୟାରକ୍ରାପ୍ଟକୁ ୨୦୧୩ରେ ୨.୩୩ ବିଲିୟନ ଡରାର ଦେଇ ଭାରତ ରୁଷ ପାଖରୁ କିଣିଥିଲା । ଏହାର ଡେକ୍ ଅପରେଟ ପାଇଁ ୨ ବିଲିୟନ ଡଲାରରେ ୪୫ଟି MIG-୨୯କ କିଣା ଯାଇଥିଲା । ଭାରତ ଏବେ INS ବିକ୍ରାନ୍ତ ଉପରେ କାମ କରୁଛି । ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ INS ବିକ୍ରାନ୍ତର ଓଜନ ୪୦ ହଜାର ଟନ ରହିଛି । ଯାହାର ଦ୍ବିତୀୟ ପ୍ରର‌୍ୟ୍ୟାୟ ଟ୍ରାଏଲ ଚାଲିଛି ।
କୋଚିନ ସିପୟାର୍ଡ ପାଖାପାଖି ୨୩ ହଜାର କୋଟି ଟଙ୍କାରେ ଏହାକୁ ନିର୍ମାଣ କରିଛି । ୨୦୨୩ ଜୁନ, ଜୁଲାଇ ବେଳକୁ ଏହା ସମ୍ପୂର୍ଣ୍ଣ ଅପରେସନ ପାଇଁ ଫିଟ୍ ହୋଇଯିବ । ଏହାର ଡେକରେ MIG-୨୯K ସୁପରସୋନିକ ଫାଇଟର ଜେଟ ଓ MH-୬୦R ମଲଟି ରେଞ୍ଜ ହେଲିକପ୍ଟର ମୁତୟନ ହେବ ।

Leave a Reply

Your email address will not be published. Required fields are marked *

Related Posts