- Home
- »
- Breaking News
- »
- କରୋନାକୁ କଡା ଟକ୍କର ଦେବାରେ ଭାରତ ଆଗୁଆ, ୧୦୦କୋଟି ଟପିଲା କରୋନା ଟୀକାକରଣ
କରୋନାକୁ କଡା ଟକ୍କର ଦେବାରେ ଭାରତ ଆଗୁଆ, ୧୦୦କୋଟି ଟପିଲା କରୋନା ଟୀକାକରଣ

SHARE NOW :
ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ଭାରତର ନୂଆ ମାଇଲଖୁଣ୍ଟ । ରଚିଲା ନୂଆ ଇତିହାସ । କରୋନାକୁ ମାତ୍ ଦେବାକୁ ନିର୍ମିତ ହୋଇଥିବା ଟୀକାର ସଦୁପଯୋଗ କରିଛି ଭାରତ । ଦେଶରେ ୧୦୦କୋଟି ଟପିଲା କରୋନା ଟିକାକରଣ । ଏହି ସଫଳତା ସହ ଭାରତ ବିଶ୍ୱର ପ୍ରଥମ ଦେଶ ଭାବେ ରେକର୍ଡ ସୃଷ୍ଟି କରିଛି । ଏହି ଖୁସୀରେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟମନ୍ତ୍ରୀ ମନଖୁଣ୍ଡ ମାଣ୍ଡବ୍ୟ ଭାରତବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏବଂ ପ୍ରଧାନମନ୍ତ୍ରୀଙ୍କ ଦକ୍ଷ ନେତୃ୍ତ୍ୱର ପ୍ରଂଶସା କରିଛନ୍ତି । ଏହି ରେକର୍ଡକୁ ଅତିକ୍ରମ କରିବା ଖୁସୀରେ ସ୍ୱାସ୍ତ୍ୟମନ୍ତ୍ରୀ କଣ୍ଠଶିଲ୍ପୀ କୈଳାସ ଖେରଙ୍କ ଏକ ଗୀତ ଏବଂ ଲାଲକିଲ୍ଲାରେ ଏକ ଅଡିଓ-ଭିଜୁଆଲ ଫିଲ୍ମ ଲଞ୍ଚ କରିବେ । ଦେଶରେ ଟ୍ରେନରୁ ଆରମ୍ଭ କରି ବିମାନ ପର୍ଯ୍ୟନ୍ତ , ସଂପର୍କରେ ଘୋଷଣା କରାଯିବ । ଏଥିସହିତ ଦିଲ୍ଲୀର ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଯିବ। ବିଜେପିର ନେତାମାନେ ଟିକାକରଣ କେନ୍ଦ୍ର ପରିଦର୍ଶନ କରିବେ। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଉତ୍ତରପ୍ରଦେଶର ଗାଜିଆବାଦସ୍ଥିତ ଟିକାକରଣ କେନ୍ଦ୍ରକୁ ଯିବେ। ଦଳର ସାଧାରଣ ସଂପାଦକ ଅରୁଣ ସିଂ ଏବଂ ଡି. ଗୌତମ ଯଥାକ୍ରମେ ତାମିଲନାଡ଼ୁର କୋଏମ୍ବାଟୁର ଏବଂ ଉତ୍ତରପ୍ରଦେଶର ଲକ୍ଷ୍ନୌ ଗସ୍ତ କରିବେ। ଏତେ ବଡ଼ ସଫଳତା ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଟିକାକରଣ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ପହଞ୍ଚିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡବ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସ୍ୱାଗତ କରିଛନ୍ତି। ଆଜି ଆରଏମଏଲ ହସ୍ପିଟାଲରେ ଟିକାକରଣ କାର୍ୟ୍ୟକ୍ରମ ଆୟୋଜିତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବ୍ୟତୀତ ଅନେକ କେନ୍ଦ୍ରମନ୍ତ୍ରୀ ଏହି କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିବେ। ଅନ୍ୟପକ୍ଷରେ, ଏହି ମାଇଲଖୁଣ୍ଟ ହାସଲ କରିଥିବାରୁ ଭାରତକୁ ଅଭିନନ୍ଦନ ଜଣାଇ \’ହୁ\’ ଦକ୍ଷିଣ-ପୂର୍ବ ଏସିଆର ଆଞ୍ଚଳିକ ନିର୍ଦ୍ଦେଶକ ଡ. ପୁନମ ଖେତ୍ରପାଲ ସିଂ ଟ୍ବିଟ କରି ଲେଖିଛନ୍ତି ଯେ, ଭାରତକୁ ଶୁଭେଚ୍ଛା। ଦୃଢ଼ ରାଜନୈତିକ ନେତୃତ୍ୱ, ଅନ୍ତଃବିଭାଗୀୟ ସମନ୍ବୟ ଏବଂ ସମଗ୍ର ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉତ୍ସର୍ଗୀକୃତ ଉଦ୍ୟମ ବିନା ସ୍ୱଳ୍ପ ସମୟ ମଧ୍ୟରେ ଏଭଳି ଅସାଧାରଣ କାମ କରିବା ସମ୍ଭବ ନୁହେଁ।