FOLLOW US ON SOCIAL

  1. Home
  2. »
  3. Breaking News
  4. »
  5. ଭାରତକୁ ଆସୁଛି ମିସାଇଲ S-400, ସେନା ହେବ ଶକ୍ତିଶାଳୀ

ଭାରତକୁ ଆସୁଛି ମିସାଇଲ S-400, ସେନା ହେବ ଶକ୍ତିଶାଳୀ

ଭାରତକୁ ଆସୁଛି ମିସାଇଲ S-400, ସେନା ହେବ ଶକ୍ତିଶାଳୀ
SHARE NOW :

ଲାଇଭ ଓଡିଶା ବ୍ୟୁରୋ: ସଶକ୍ତ ହେବାକୁ ଯାଉଛି ଭାରତୀୟ ସେନା । ଖୁବଶୀଘ୍ର ଭାରତୀୟ ସେନାରେ ସାମିଲ ହେବ ମିସାଇଲ S-400 । ଏନେଇ ରୁଷ୍ ଭାରତକୁ ଭୂପୃଷ୍ଠରୁ ଆକାଶ ଉତକ୍ଷେପଣ କରାଯାଉଥିବା ମିସାଇଲର ଡେଲିଭରି ଆରମ୍ଭ କରିଛି । ଏହାକୁ ନେଇ ଫେଡରାଲ ସର୍ଭିସ ଫର ମିଲିଟାରି ଟେକ୍ନିକାଲ କୋଅପରେସନର ନିର୍ଦ୍ଦେଶକ ଡିମିଟ୍ରି ସୁଗାଏଭ କହିଛନ୍ତି । ଡେଲିଭରି ପ୍ରକ୍ରିୟା ଯୋଜନା ମୁତାବକ ଚାଲୁଥିବା ବେଳେ ଆସନ୍ତା ଡିସେମ୍ବରରେ ଏହା ଭାରତକୁ ମିଳିପାରେ । ଭାରତ ଋଷଠାରୁ ଏହି S-400 ମିସାଇଲ ଆଣିବା ପାଇଁ ୨୦୧୮ ଅକ୍ଟୋବରରେ ଚୁକ୍ତି କରିଥିଲା । ଅଗଷ୍ଟ ମାସରେ ଋଷରୁ ରାଷ୍ଟ୍ରୀୟ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ରୋସୋବୋରନକ୍ସପୋର୍ଟ ମୁଖ୍ୟ ଆଲେକଜାଣ୍ଡର ମିଖଭି ସ୍ପୁତନିକକୁ କହିଛନ୍ତି କି S-400 ଏୟାର ଡିଫେନ୍ସ ସିଷ୍ଟମର ସପ୍ଲାଇକୁ ନେଇ ୭ଟି ଦେଶ ମଧ୍ୟରେ ବୁଝାମଣା ଚାଲିଛି । ଏକ ରିପୋର୍ଟ ଅନୁସାରେ ଡିସେମ୍ବର ମାସର ଦ୍ବିତୀୟ ସପ୍ତାହରେ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ ଭାରତ ଗସ୍ତରେ ଆସିପାରନ୍ତି । ଏହି ଗସ୍ତରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବାର୍ଷିକ ଶିଖର ସମ୍ମିଳନୀରେ ସାମିଲ ହେବେ । ଏହି ସମ୍ମିଳନୀରେ ଭାରତ ଏବଂ ଋଷ ମଧ୍ୟରେ ୨୦୨୧-୨୨ ପାଇଁ ସାମରିକ ଓ ବୈଷୟିକ ସହଯୋଗକୁ ପୁନରାବୃତ୍ତି କରିବ । ଏହା ବ୍ୟତୀତ ଏହି କାର‌୍ୟ୍ୟକ୍ରମରେ ସୁରକ୍ଷା, ବ୍ୟବସାୟ ଓ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ନେଇ ବିଭିନ୍ନ ଚୁକ୍ତି ସ୍ବାକ୍ଷର ହୋଇପାରେ । ଭାରତ-ଋଷ ସହ ୫୪୦ କୋଟି ଡଲାରରେ ପାଞ୍ଚଟି S-400 ଏୟାର ସିଷ୍ଟମ ଆଣିବା ପାଇଁ ଚୁକ୍ତି କରିଛି । ତେବେ ଏହି S-400 ମିସାଇଲ ଚଳାଇବା ପାଇଁ ବାୟୁସେନାର କିଛି ସୈନିକ ଋଷରେ ତାଲିମ ନେଉଛନ୍ତି । ଏହି S-400 ମିସାଇଲକୁ ଭାରତ ପୂର୍ବରୁ ଚୀନ ଓ ତୁର୍କୀ ସେନାରେ ସାମିଲ କରିସାରିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତେବେ S-400 ମିସାଇଲ ଭାରତୀୟ ବାୟୁସେନାର ଦକ୍ଷତା ବୃଦ୍ଧି କରିବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *

Related Posts