- Home
- »
- Breaking News
- »
- ଦୁର୍ଘଟଣାର ଗୁମର ଖୋଲିବ “ବ୍ଲାକ ବକ୍ସ”
ଦୁର୍ଘଟଣାର ଗୁମର ଖୋଲିବ “ବ୍ଲାକ ବକ୍ସ”

SHARE NOW :
ନୂଆଦିଲ୍ଲୀ(ଲାଇଭ ଓଡିଶା ନ୍ୟୁଜ): ଦେଶର ତିନି ସେନାର ମୁଖ୍ୟ ବିପିନ ରାୱତଙ୍କ ମୃତ୍ୟୁରେ ସମଗ୍ର ଦେଶ ସ୍ତବ୍ଧ ପାଲଟିଯାଇଛି । ଏହି ଭୟାବହ ଦୁର୍ଘଟଣାରେ ରାୱତଙ୍କ ପତ୍ନୀଙ୍କ ସମେତ ମୋଟ ୧୩ଜଣ ପ୍ରାଣ ହରାଇଛନ୍ତି । ତେବେ ତାଙ୍କ ବିୟୋଗରେ ଦେଶବିଦେଶର ସେନା ମୁଖ୍ୟ ଓ ରାଜନେତାମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । କୁନ୍ନୁରର ଜଙ୍ଗଲରେ ବୁଧବାର ପ୍ରାୟ ୧୨.୨୦ ମିନିଟ୍ରେ ଏମ୍ଆଇ-୧୭ଭି-୫ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେଥିରେ ସିଡିଏସ୍ ରାୱତ୍, ତାଙ୍କ ପତ୍ନୀ ମଧୁଲିକା ଓ ସେନାର ୧୨ ଜଣ ଅଧିକାରୀ ଥିଲେ । ଘନ ଜଙ୍ଗଲରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହେବା ପରେ ସେଥିରେ ନିଆଁ ଲାଗିଯାଇଥିଲା । ଏହାଯୋଗୁ ୧୩ ଜଣଙ୍କ ମୃତ୍ୟୁ ଘଟିଛି । ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂହ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି । ଉଦ୍ଧାର ହୋଇଥିବା ମୃତଦେହଗୁଡ଼ିକର ୯୫% ପୋଡ଼ିଯାଇଥିବାରୁ ଡିଏନ୍ଏ ପରୀକ୍ଷା ମାଧ୍ୟମରେ ହିଁ ସେମାନଙ୍କୁ ଚିହ୍ନଟ କରାଯିବ । ତେବେ ଏସବୁ ମଧ୍ୟରେ ସମସ୍ତଙ୍କ ମନର ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି କେମିତି ହେଲା ଏପରି ଭୟଙ୍କର ଦୁର୍ଘଟଣା। ବାୟୁସେନାର ସବୁଠୁ ସୁରକ୍ଷିତ ଏମ୍ଆଇ-୧୭ଭି-୫ ହେଲିକପ୍ଟର କିପରି ଦୁର୍ଘଟଣା ଗ୍ରସ୍ତ ହେଲା। ଗଓ-୧୭ଠ-୫ ହେଲିକପ୍ଟର ଦୁନିଆର ସବୁଠାରୁ ଉନ୍ନତ ପରିବହନ ହେଲିକପ୍ଟର । ଏହି ହେଲିକପ୍ଟର ସାହାର୍ୟ୍ୟରେ ସୈନ୍ୟବାହିନୀ, ଅସ୍ତ୍ରଶସ୍ତ୍ର ପରିବହନ, ଅଗ୍ନି ସହାୟତା, ଗାର୍ଡ ପାଟ୍ରୋଲିଂ ଏବଂ ସର୍ଚ୍ଚ ଏବଂ ଉଦ୍ଧାର ମିଶନରେ ଏହା ନିୟୋଜିତ ହୋଇପାରିବ । ଗଓ-୧୭ଠ-୫ ହେଲିକପ୍ଟର ମଧ୍ୟ ମାଲ୍ ପରିବହନ ପାଇଁ ଡିଜାଇନ ହୋଇଛି । ଏହି ହେଲିକପ୍ଟର ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗତିବିଧିରେ ବ୍ୟବହୃତ ହୋଇଥାଏ । ଅର୍ଥାତ ଏହି ହେଲିକପ୍ଟର ଭିଭିଆଇପି ଗତିବିଧିଠାରୁ ଆରମ୍ଭ କରି ସେନା ଅପରେସନ ପର୍ୟ୍ୟନ୍ତ ଏହା ବ୍ୟବହୃତ ହୋଇଥାଏ । ତେବେ ଏହା କିପରି ଦୁର୍ଘଟଣା ଗ୍ରସ୍ତ ହେଲା ସେନେଇ ଲାଗିରହିଥିବା ଶଙ୍କା ମଧ୍ୟରେ ମିଳିଛି ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ବ୍ଲାକ ବକ୍ସ। ଯାହା କିପରି ଦୁର୍ଘଟଣା ଘଟିଛି ତାର ପର୍ଦାଫାଶ କରିବ। ଗତକାଲି ଦୁର୍ଘଟଣା ପରେ ଉଦ୍ଧାର କାର୍ୟ୍ୟକୁ ପ୍ରାଧାନ୍ୟ ଦିଆଯାଇଥିଲା। କିପରି ଦୁର୍ଘଟଣାରେ ଶିକାର ସମସ୍ତ ଯବାନଙ୍କୁ ଉଦ୍ଧାର କରାଯିବ ଏବଂ ମେଡିକାଲରେ ଭର୍ତ୍ତି କରାଯିବ ସେନେଇ ସମସ୍ତ କାର୍ୟ୍ୟ କରାଯାଇଥିଲା। ତେବେ ଆଜି ସକାଳୁ ୱିଙ୍ଗ୍ କମାଣ୍ଡର ଆର. ଭରଦ୍ୱାଜଙ୍କ ନେତୃତ୍ୱରେ ବାୟୁସେନା ଅଧିକାରୀଙ୍କ ୨୫ ଟି ବିଶେଷ ଦଳ ହେଲିକପ୍ଟରର ବ୍ଲାକ ବକ୍ସ ଖୋଜୁଥିଲେ। ଘଞ୍ଚ ଜଙ୍ଗଲ ମଧ୍ୟରେ ଏହି ବ୍ଲାକ ବକ୍ସକୁ ଉଦ୍ଧାର କରାଯାଇଛି। ବର୍ତ୍ତମାନ ଏଥିରୁ ସୂଚନାକୁ ଅପେକ୍ଷା କରାଯାଇଛି, ଯାହା ଦ୍ବାରା ଏହା ଜଣାପଡିବ ଯେ ଏହି ଦୁର୍ଘଟଣା କିପରି ଘଟିଲା ।